ମାଛ ଧରୁ ଧରୁ ଜାଲରେ ପଡ଼ିଲା ଓଜନିଆ ଜିନିଷ, ଉପରକୁ ଆଣିଲା ବେଳକୁ ହିରୋହୋଣ୍ଡା ସ୍ପ୍ଲେଣ୍ଡର୍‌‌

Published By : Prameya-News7 Bureau | April 09, 2021 IST

ଭଦ୍ରକ, ୦୯/୦୪: ମାଛ ଧରିବା ବେଳେ ଜାଲ ଉଠିଲା ନାହିଁ । ବଡ ମାଛ ଆଶାରେ ଡକା-ଡକି ହୋଇ ଜାଲ ଉଠାଇଲା ବେଳକୁ ମିଳିଲା ବାଇକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ।

wp:embed {"url":"https://www.youtube.com/watch?v=27NBVyEO4tU","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=27NBVyEO4tU
/wp:embed

ସୂଚନାଯୋଗ୍ୟ ଯେ, କାଞ୍ଜିଆପାଳ ଗାଁର ଆମ୍ବନାଳ ନିକଟରେ କେଉଟମାନେ ମାଛ ଧରୁଥିଲେ । ମାଛ ଧରିବା ବେଳେ ଜାଲ ଭାରି ଲାଗିଥିଲା । ବଡ଼ ମାଛ ଭାବି ସ୍ଥାନୀୟ ଯୁବକ ମାନଙ୍କୁ ଡାକିଥିଲେ । ପରେ ଯୁବକ ମାନେ ପହଞ୍ଚି ଜାଲ ଟାଣିବାରୁ ଜାଲରେ ଏକ ବାଇକ ଲାଗିଥିବା ଦେଖିଥିଲେ । ପରେ ବାଇକକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

କିନ୍ତୁ ବାଇକ କାହାର ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ହୁଏ ତ କୌଣସି ଅପରାଧ ପରେ କିମ୍ବା ଚୋରା ବାଇକକୁ ଲୁଚାଇବା ପାଇଁ କେହି ଦୁର୍ବୁର୍ତ୍ତ ଗାଡ଼ିଟିକୁ ନଦୀକୁ ପିଙ୍ଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.