Monday, January 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତଟରକ୍ଷୀ ବାହିନୀଙ୍କ ଗୁଳିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ !

ପାରାଦୀପ ୧୨|୧: ତଟରକ୍ଷୀ ବାହିନୀଙ୍କ ଗୁଳିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ବେଆଇନ ଭାବେ ମାଛ ଧରୁଥିବା ବେଳେ ତଟରକ୍ଷୀ ବାହିନୀ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ମତ୍ସ୍ୟଜୀବୀ ହେଲେ ଭଦ୍ରକ ଜିଲ୍ଲାର ମାୟାଧର ମଳିକ । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ବନ୍ଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଗହୀରମଥାରେ ମାଛ ଧରା ଉପରେ କଟକଣା ରହିଛି ।

105 Views

   You May Also Like