ବର୍ଷା ଓ ପବନ ସମ୍ଭାବନା: ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର୨୫|୨; ଓଡିଶା ଉପରେ ଏକ ଟ୍ରପ ଲାଇନ ସକ୍ରିୟ ରହିଛି । ଯାହା ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନ ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବ । ବର୍ଷା ପାଇଁ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲାକୁ ସତର୍କ କରାଯାଇଛି । ଖୋର୍ଦ୍ଧା, ପୁରୀ, ସୋନପୁର, ବଲାଙ୍ଗିର, ବୌଦ୍ଧ ଘଡଘଡି ସହ ବର୍ଷା ହେବ ।ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ମାର୍ଚ୍ଚ ୧ରୁ ପାଗରେ ପରିବର୍ତ୍ତନ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.