Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଳବୈଶାଖୀରେ ବୁଡିଗଲା ଡଙ୍ଗା, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

ପାରାଦୀପ ୧୬|୫: ପହଁରି ପହଁରି କୂଳକୁ ଆସିଲେ ମସ୍ୟଜୀବୀ । ପାରାଦୀପ ଉପକଣ୍ଠ ଚଉମାହାଣୀ ଘାଟ ନିକଟରୁ ଦୁଇଟି ଡ଼ଙ୍ଗାରେ ୬ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ମହାନଦୀକୁ ଯାଇଥିଲେ । କାଳବୈଶାଖୀ ପ୍ରଭାବରେ ଡ଼ଙ୍ଗା  ବୁଡ଼ି ଯାଇଥିଲା । ଫଳରେ ଡ଼ଙ୍ଗାରେ ଥିବା ମତ୍ସ୍ୟଜୀବୀ ମହାନଦୀରେ ବୁଡ଼ି ଯାଇଥିବା ବେଳେ ନିଜ ଉଦ୍ୟମରେ  ଜୀବନ ବଞ୍ଚାଇ କୂଳକୁ ଫେରିଛନ୍ତି ।

ତେବେ ୬ ଜଣ ମତ୍ସ୍ୟଜୀବୀ ଙ୍କ ଭିତରୁ ତିନି ଜଣ ମତ୍ସ୍ୟଜୀବୀ ଗୁରୁତର  ହୋଇଥିବା ବେଳେ ଗୋଟିଏ ଡ଼ଙ୍ଗା ନିଖୋଜ ଥିବା ଜଣାପଡିଛି ।

101 Views

   ସମ୍ବନ୍ଧିତ ଖବର