ପେଟରେ ପଶିଗଲା ଜୀଅନ୍ତା ମାଛ : ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ,ଅନ୍ତନଳୀରେ ହେଲା ଅପରେସନ୍

Published By : Prameya-News7 Bureau | June 09, 2020 IST

ଚୀନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପଛପଟୁ ଏକ ମାଛ ତାଙ୍କ ପେଟ ଭିତରକୁ ଚାଲି ଯାଇଛି। ଅତ୍ୟଧିକ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ଡାକ୍ତର ଅପରେସନ୍ କରି ମାଛକୁ ବାହାର କରିଥିଲେ। କିନ୍ତୁ ସେତେବେଳେ ବ୍ୟକ୍ତିଙ୍କ ଅନ୍ତନଳୀରେ କ୍ଷତ ସୃଷ୍ଟି ହୋଇସାରିଥିଲା।

{"id":283482,"sizeSlug":"large"}

ଚୀନର ଗୁଆଗଡ଼ାଂ ପ୍ରାନ୍ତର ଝାଓକ୍ବିଙ୍ଗରେ ଜଣେ ୩୦ବର୍ଷ ବୟସ୍କ ଯୁବକ କହିଛନ୍ତି ଯେ ସେ ଭୁଲରେ ମାଛ ଉପରେ ବସି ଯାଇଥିଲେ। ଏହି ମାଛଟି ତାଙ୍କ ମଳାଶୟରୁ ପେଟ ଯାଏଁ ପହଞ୍ଚିଯାଇଥିଲା। ଏହି କାରଣରୁ ତାଙ୍କ ଅନ୍ତନଳୀରେ ବଡ଼ ଧରଣର କ୍ଷତ ସୃଷ୍ଟି ହୋଇଥିଲା।

{"id":283479,"width":590,"height":333,"sizeSlug":"large"}

ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ଝାଓକ୍ବିଙ୍ଗ୍ ଫର୍ଷ୍ଟ ପିପୁଲ୍ସ ହସ୍ପିଟାଲକୁ ପହଞ୍ଚିଥିଲେ। ସେ ମାଛ ଉପରେ ଭୁଲ​‌ରେ ବସି ଯାଇଥିବା କଥା ଡାକ୍ତରଙ୍କୁ କହିଥିଲେ। ମାଛ ବୃକକ ରାସ୍ତାରେ ଶରୀର ଭିତରକୁ ପହଞ୍ଚି ଯାଇଥିଲା।

{"id":283485,"sizeSlug":"large"}

ଡାକ୍ତର ତୁରନ୍ତ ଏକ୍ସରେ କରିଥିଲେ। ସେଥିରେ ଅନ୍ତନଳୀରେ ମାଛ ଫସି ରହିଥିବା ଦେଖାଯାଇଥିଲା। ଏହା ପରେ ଡାକ୍ତର ପ୍ରଥମେ ଯୁବକଙ୍କ ମଳାଶୟରୁ ମାଛ ବାହାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମାଛଟି ବଡ଼ ଥିଲା,ଏଥିପାଇଁ ପେଟର ଅପରେସନ୍ କରାଯାଇଥିଲା।

wp:core-embed/twitter {"url":"https://twitter.com/MailOnline/status/1269912063490633728","type":"rich","providerNameSlug":"twitter","className":""}
https://twitter.com/MailOnline/status/1269912063490633728
/wp:core-embed/twitter

ମାଛଟି ପାଖାପାଖି ୧୨ରୁ ୧୬ଇଞ୍ଚ ଲମ୍ବା ଥିଲା। ମାଛଟି ବାହାର କରାଯିବା ପରେ ଅପରେସନ ଥିଏଟର ଦୁର୍ଗନ୍ଧମୟ ହୋଇଯାଇଥିଲା। ମାଛଟି ମରିଯାଇଥିଲା। ଯୁବକଙ୍କ ସ୍ବାସ୍ଥ୍ୟ କିପରି ରହିଛି ତାହା ଏଯାଏଁ ଜଣା ପଡ଼ିନାହିଁ।

{"id":283487,"sizeSlug":"large"}

ଏହା ଏକ ବ୍ଲୁ ତିଲାପିଆ ମାଛ। ଏହି ମାଛର ଚୀନରେ ଫାର୍ମ ରହିଛି। ଏଠାରେ ଲୋକେ ଏହି ମାଛଗୁଡ଼ିକ ପାଳନ୍ତି। ତା’ପରେ ବିକ୍ରି କରନ୍ତି। ଚୀନ ସମେତ ବିଶ୍ବର ଅନେକ ଦେଶରେ ବ୍ଲୁ ତିଲାପିଆକୁ ଅତ୍ୟନ୍ତ ଆଗ୍ରହର ସହ ଖିଆ ଯାଇଥାଏ। ଏହା ଏତେ ଚିକ୍କଣ ହୋଇଥାଏ ଯେ ଏହାକୁ ହାତରେ ଧରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ।

{"id":283488,"sizeSlug":"large"}

ମିଶରର ନୀଳ ନଦୀରେ ଦେଖାଯାଉଥିବା ବ୍ଲୁ ତିଲାପିଆ ମାଛର ଲମ୍ବ ୨ଫୁଟ ଯାଏଁ ହୋଇଥାଏ। ଏହି ମାଛ ନିଜ ଅଣ୍ଡାକୁ ଅନେକ ଦିନ ଯାଏଁ ମୁହଁରେ ରଖିଥାଏ। ମାଛରଙ୍କା ଏବଂ ଛଞ୍ଚାଣ ସମେତ କେତେକ ପକ୍ଷୀ ଏହାର ଶିକାର କରିଥାନ୍ତି।

{"id":283490,"sizeSlug":"large"}

କେନିଆରେ ମଶାକୁ ମାରିବା ପାଇଁ ତିଲପିଆ ମାଛ ପୋଷାଯାଇଥାଏ। ଏହି ମାଛ ମଶାର ଲାର୍ଭାକୁ ନଷ୍ଟ କରି ଦେଇଥାଏ। ଏହା ଦ୍ବାରା ମଶା ମରି ଯାଇଥାନ୍ତି ଏବଂ ମ୍ୟାଲେରିଆର ଆଶଙ୍କା କମି ଯାଇଥାଏ।

{"id":283491,"width":591,"height":443,"sizeSlug":"large"}

ବ୍ଲୁ ତିଲାପିଆ ମାଛକୁ ସମୁଦ୍ରର ଚିକେନ୍ କୁହାଯାଇଥାଏ। ଏହି ମାଛ ଗରମ ପାଣିରେ ରହିଥାଏ କାରଣ ଏହା ଥଣ୍ଡା ପାଣିରେ ମରିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.