Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆକାଶରୁ ହେଲା ମାଛ ବର୍ଷା : ହ୍ରଦରେ ପଡିଲେ ହଜାର ହଜାର ସଂଖ୍ୟକ କ୍ୟାଟ୍ ଫିସ୍, ଦେଖନ୍ତୁ ଭିଡିଓ

13/07/2021 at 1:15 PM

ନୂଆଦିଲ୍ଲୀ,୧୩/୦୭: ମାଛବର୍ଷା । ଆକାଶରୁ ଖସିଲେ ହଜାର ହଜାର ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସବୁଠାରୁ ବଡ କଥା ହେଲା ଯେ, ମାଛ ଗୁଡିକ ମାଟିରେ ନୁହେଁ ସିଧାସଳଖ ହ୍ରଦରେ ପଡିଛନ୍ତି । ୯୫ ପ୍ରତିଶତରୁ ଅଧିକ ସଂଖ୍ୟକ ମାଛ ବଞ୍ଚିଛନ୍ତି ମଧ୍ୟ । ଏପରି ଘଟଣା ଘଟିଛି ଆମେରିକାର ଉତାହ ରାଜ୍ୟରେ । 

ସୂଚନାନୁସାରେ, ଏପରି ଏକ ପରମ୍ପରା ଉତାହରେ ଅନେକ ଦଶନ୍ଧୀ ଧରି ଚାଲି ଆସିଛି । ଏଠାରେ ଏକ ବିମାନ ଜରିଆରେ ମାଛ ଗୁଡିକୁ ଆକାଶରୁ ତଳେ ପକାଯାଏ । ସିଧାସଳଖ ହ୍ରଦରେ ପଡୁଥିବା ମାଛ ଗୁଡିକ ଜୀବିତ ରହିଥାନ୍ତି  । ଅଧିକ ସଂଖ୍ୟକ ମାଛ ହ୍ରଦରେ ହିଁ ପଡିଥାନ୍ତି । ଉତାହ ବନ୍ୟପ୍ରାଣୀ ଡିଭିଜନ୍ ଏହି ମାଛବର୍ଷାର ଭିଡିଓ ସେୟାର କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଆକାଶରେ ଉଡି ହ୍ରଦରେ ପଡିଥାନ୍ତି ମାଛ

ଉତାହର ଏକ ହ୍ରଦରେ ଜଳଜୀବଙ୍କ ସୁରକ୍ଷା ପାଇଁ ଆକାଶ ମାର୍ଗରୁ ଏପରି ଭାବେ ମାଛବର୍ଷା ହୋଇଥାଏ । ପ୍ରତିବର୍ଷ ଏପରି କରାଯାଏ । କମ୍ ଉଚ୍ଚତାରେ ଉଡୁଥିବା ବିମାନ ଜରିଆରେ ୩୫ ହଜାର ମାଛଙ୍କୁ ହ୍ରଦରେ ପକାଯାଏ । ଏଥିରେ କ୍ୟାଟ୍ ପିସ୍ ଓ ଅନ୍ୟ ପ୍ରଜାତିର ମାଛ ରହିଥାନ୍ତି । ଅଳ୍ପ ଉଚ୍ଚତାରେ ଥିବା ବେଳେ ହିଁ ବିମାନର ଗେଟ୍ ଖୋଲାଯାଏ । ଯେପରି ମାଛଗୁଡିକ ମରିବେ ନାହିଁ ।

୧୯୫୦ରୁ ଜାରି ରହିଛି ଏହି ପରମ୍ପରା

ଫେସବୁକରେ ଏହି ଭିଡିଓକୁ ସେୟାର କରି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ହ୍ରଦଟି ଯେଉଁଠି ଅଛି ସେଠାକୁ କୌଣସି ଗାଡି ଯାଇପାରେ ନାହିଁ । ତେଣୁ ଯାଆଁଳ ଛାଡିବା ପାଇଁ ବିମାନର ସାହାଯ୍ୟ ନିଆଯାଉଛି । ୫୦ ବର୍ଷ ହେଲା ଏପରି ଚାଲୁଥିବା ଜଣାପଡିଛି ।

   Related Posts