Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ରାସ୍ତାରେ ଜିଅନ୍ତା ମାଛ ଦେଖି ବଢ଼ିଲା ଲୋଭ ; ରାସ୍ତାରେ ପଡିଥିବା ମାଛ ଯିଏ ଯେତେ ପାରିଲେ ଗୋଟେଇନେଲେ

13/06/2019 at 7:06 PM

ଛତ୍ରପୁର ୧୩/୬ : ଭୀଷଣ ଖରା ଏବଂ ଗରମରେ ଛତ୍ରପୁରରେ ଆଜି ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ହଜାର ହଜାର ଜିଅନ୍ତା ମାଛ ରାସ୍ତାରେ ପଡ଼ିଥିଲେ । ଯେମିତି ଲୋକଙ୍କ ନଜର ମାଛ ଉପରେ ପଡିଥିଲା ଲୋକେ, ଗାଡି ଅଟକାଇ ମାଛ ଗୋଟାଇବାରେ ଲାଗିପଡ଼ିଲେ । ଆଉ କିଛି ଲୋକ ପାକେଟ ପାକେଟ ମାଛ ବୋହି ନେଇଗଲେ । ଯେଉଁ ରାସ୍ତା ମାଛରେ ଭର୍ତ୍ତି ହୋଇଥିଲା, ଦେଖୁ ଦେଖୁ ସବୁ ମାଛ ରାସ୍ତାରୁ ସଫା ହୋଇଗଲା ।

ଘଟଣା ଏହିଭଳି ଛତ୍ରପୁର ଜିଲ୍ଲାରେ ଅନେକ ମାଛ ଫାର୍ମ ରହିଛି ଏଠାରେ କୃତ୍ରିମ ଉପାୟରେ ବଡ ବଡ ଟ୍ୟାଙ୍କରେ ମାଛ ଉତ୍ପାଦନ କରାଯାଏ ଏଠାରୁ ପଡୋଶୀ ରାଜ୍ୟକୁ ମାଛ ରପ୍ତାନି ହୋଇଥାଏ ଏହିଭଳି ଏକ ଫାର୍ମ ହାଉସରୁ କେତେ କ୍ୱିଣ୍ଟାଲ ମାଛ ଏକ ଟ୍ରକରେ ଉତ୍ତର ପ୍ରଦେଶ ମହବାକୁ ଯାଉଥିଲା ଟ୍ରକ୍ଟି ୮୬ ନମ୍ବର ରାଜପଥ ଦେଇ ଯାଉଥିଲା ଟ୍ରକ ଯେମିତି ବଜାରରେ ପହଞ୍ଚିଥିଲା, ଟ୍ରକରେ ତିଆରି କରାଯାଇଥିବା ପାଣି ଟାଙ୍କି ଫାଟି ଯାଇଥିଲା ମାଛମାନଙ୍କୁ ଜୀବନ୍ତ ରଖିବା ପାଇଁ ଟ୍ରକରେ ଏକ ପାଣି ଟାଙ୍କି ତିଆରି ହୋଇଥାଏ

ପାଣି ଟାଙ୍କି ଫାଟିଯିବାରୁ ହଜାର ହଜାର ସଂଖ୍ୟକ ମାଛ ରାସ୍ତା ଉପରେ ପଡିଗଲେ ଏହି ମାଛମାନଙ୍କୁ ଗୋଟେଇ ପୁଣି ଟ୍ରକରେ ଭର୍ତ୍ତି କରି ନେବା ସମ୍ଭବ ନଥିଲା ରାସ୍ତାରେ ମାଛ ପଡିଥିବା ଦେଖି ଲୋକେ ସଂଗେ ସଂଗେ ଭିଡ ଜମାଇଥିଲେ ଏବଂ ଯିଏ ଯେତେ ମାଛ ଗୋଟେଇ ପାରିଲେ ସେତିକି ନେଇଗଲେ ଯାହା ହାତେ ଯେଉଁ ଜିନିଷ ଥିଲେ ଲୋକେ ସେଥିରେ ମାଛ ଧରି ପଳେଇଲେ ଏମାନଙ୍କ ମଧ୍ୟରୁ କିଛି ଲୋକେ ଖବର ପାଇ ସଂଗେ ସଂଗେ ବସ୍ତା ଧରି ଆସିଥିଲେ ଏବଂ ବସ୍ତାରେ ଭର୍ତ୍ତି କରି ମାଛ ଧରି ନେଇଥିଲେ

   Related Posts