ରାସ୍ତାରେ ଖେଳିଲେ ମୀନ : ବନ୍ଦ ବେଳେ ଅଟକାଇବାରୁ ଭାରସାମ୍ୟ ହରାଇ ଓଲଟି ପଡିଲା ମାଛ ଭ୍ୟାନ୍

Published By : Prameya-News7 Bureau | January 08, 2020 IST

ରାଉରକେଲା ୮।୧: ଭାରତ ବନ୍ଦ ପାଳନ ସମୟରେ ରାଉରକେଲାରେ ରାସ୍ତା ଉପରେ ଓଲଟି ପଡିଲା ମାଛ ବୋଝେଇ ପିକଅପ ଭ୍ୟାନ୍ । ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ସମୟରେ ମାଛ ବୋଝେଇ ପିକଅପ ଭ୍ୟାନ୍ ଟି ଓଲଟି ପଡିଥିବା ଦେଖିବାକୁ ମିଳିଛି ।

{"id":208518,"sizeSlug":"large"}

ଭ୍ୟାନ୍ ଟି ଓଲଟିପଡିବାରୁ ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ମାଛ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ରାସ୍ତା ଉପରୁ ମାଛଗୁଡିକୁ ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

{"id":208519,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭାରତ ବନ୍ଦ ଡାକରା ଯୋଗୁଁ ସାରା ଭାରତରେ ବନ୍ଦ ପାଳନ କରାଯାଉଛି । ରାଉରକେଲାରେ ମଧ୍ୟ ବନ୍ଦ ପାଳନ କରୁଥିଲେ ଆନ୍ଦୋଳନକାରୀ । ବିଶ୍ରା ଛକଠାରେ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ । ବିଶ୍ରା ଛକରେ ପିକଅପ ଭ୍ୟାନକୁ ଅଟକାଇବାରୁ ଗାଡି ଚାଳକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

{"id":208520,"sizeSlug":"large"}

ଗାଡିଟି ଓଲଟିପଡିବା ଫଳରେ ଶହ ଶହ ସଂଖ୍ୟାରେ ମାଛ ରାସ୍ତା ଉପରେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ପିକଅପ ଭ୍ୟାନଟିକୁ ଉଠାଇବା ସହ ମାଛଗୁଡିକୁ ଉଦ୍ଧାକ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.