Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ହ୍ରଦରେ ପହଁରୁଛି ମଣିଷ ମୁହଁ ଥିବା ମାଛ, ସୋସିଆଲ ମିଡିଆରେ ଭିଡିଓ କଲା ଧମାଲ

11/11/2019 at 4:46 PM

କେବେ କେବେ ଜୀବନରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ ଯାହା ଦେଖି ବିଶ୍ବାସ କରିବା କଠିନ ହୋଇଯାଏ। ଠିକ୍‌ ସେହିଭଳି ଲୋକଙ୍କୁ ଆଚମ୍ବିତ କଲା ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୀନର ମିଆଓ ଗାଁରେ ଥିବା ଏକ ହ୍ରଦରେ ମଣିଷ ଚେହେରା ଭଳି ଦେଖାଯାଉଥିବା ମାଛକୁ ପହଁରିବାର ଦେଖାଯାଇଛି।

ଏହି ଅଜବ ମାଛର ଭିଡିଓ ଦେଖି ଅଧିକାଂଶ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭିଡିଓକୁ ଜଣେ ମହିଳା ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଛଟି ପହଁରି ପହଁରି ନଦୀର କୂଳକୁ ଆସି କିଛି ଖାଇବାକୁ ଚେଷ୍ଟା କରୁଛି। ଟୁଇଟରରେ ଏହି ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୫ ଲକ୍ଷରୁ ଅଧିକ ଭ୍ୟୁ ଓ ୧୭ ହଜାରରୁ ଅଧିକ ଲାଇକ୍ସ ମିଳିଥିଲା।

ଏହି ଭିଡିଓ ନେଇ ଅନେକ ଲୋକ ଟୁଇଟ୍‌ ମଧ୍ୟ କରିସାରିଛନ୍ତି। ଲୋକେ ଏଥିରେ ବିଭିନ୍ନ କମେଣ୍ଟ ଦେଇଛନ୍ତି। କିଏ ମାଛକୁ ଦେଖି ଭୟଭୀତ ବୋଲି କହିଛି ତ କିଏ ଭିଡିଓକୁ ଏଡିଟ୍‌ କରାଯାଇଥିବା କହିଛି।   

   Related Posts