Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବଜାରରେ ବିଷ ମିଶା ମାଛ : ମହାନଦୀରେ ଚାଲିଛି ବେଆଇନ ବ୍ଲାଷ୍ଟିଂ, ସଙ୍କଟରେ ମତ୍ସ୍ୟଜୀବୀଙ୍କ ବେଉସା

4/06/2019 at 4:36 PM

ସୁବର୍ଣ୍ଣପୁର ୪|୬: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବାହିତ ହେଉଛି ମହାନଦୀ  ।ଏହି ମହାନଦୀରେ ମିଳିଥାଏ ବିରଳ ପ୍ରକାର  ମାଛ ଏବଂ ସ୍ବାଦିଷ୍ଟ ମାଛ  ।ହେଲେ ଏହି ମହାନଦୀରେ  ବ୍ୟାପକ ପରିମାଣରେ ବେଆଇନ ବ୍ଲାଷ୍ଟିଂ ହେଉଥବା ଦେଖିବାକୁ ମିଳୁଛି  ।ଅପ୍ରାକୃତିକ ପ୍ରକ୍ରିୟାରେ ଲୋକେ ମହାନଦୀ ପାଣିରେ ବ୍ଲାଷ୍ଟିଂ ଫୁଟାଇବା ସହିତ ବିଭିନ୍ନ ପ୍ରକାରର ରାସାୟନିକ ତେଲ ପ୍ରୟୋଗ କରି ମାଛ ମାରୁଛନ୍ତି  । ଫଳରେ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ପ୍ରଭାବ ପଡୁଥିବା ବେଳେ ମହାନଦୀରେ ଦିନକୁ ଦିନ କମୁଛି ବିରଳ ପ୍ରଜାତିର ମାଛ ସଂଖ୍ୟା   । ମାଛ ନାଁରେ ବଜାରରେ ବିକ୍ରି ହେଉଛି ଜହର  । ଆସନ୍ତୁ ନଜର ପକାଇବା ନ୍ୟୁଜ୍ ସେଭେନର ଏହି ଏକ୍ସକ୍ଲୁସିଭ ରିପୋର୍ଟ ଉପରେ  ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପି ମହାନଦୀ ପ୍ରବାହିତ ହେଉଛି  । ଜିଲ୍ଲାର ଉଲୁଣ୍ଡା ବ୍ଲକର କେଉଟିପାଲି ଠାରୁ ଆରମ୍ଭ କରି ସୁବଣ୍ଣର୍ପୁର ସହର ଦେଇ ବୀରମହାରାଜପୁର ବ୍ଲକର ସୁବଳୟା ଯାଏଁ ପ୍ରାୟ ବ୍ୟାପିଛି ମହାନଦୀ  । ଏହି ମହାନଦୀରୁ ଝରା ଓ କେଉଟ ସଂମ୍ପ୍ରଦାୟର   ଶହ ଶହ ପରିବାର ଲୋକ ମହାନଦୀ ଉପରେ ନିର୍ଭର କରୁଛନ୍ତି  ।

ହେଲେ ଦିନକୁ ଦିନ ମତ୍ସ୍ୟଜିବୀମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି  ।ମହାନଦୀର ବିଭିନ୍ନ ଘାଟରେ ଚାଲିଛି ବେଆଇନ ବ୍ଲାଷ୍ଟିଙ୍ଗ । ମହାନଦୀରେ ଏହି ବ୍ଲାଷ୍ଟିଂ ଦ୍ବାରା ମାଛ ମାରିବା ଦ୍ବାରା ମାଛ ସଂଖ୍ୟା ମଧ୍ୟ ଲୋକ ପାଇଥିବା ବେଳେ ବିରଳ ମାଛ ପ୍ରଜାତି ମଧ୍ୟ ଆସ୍ତେ ଆସ୍ତେ ଲୋପ ପାଇଯାଉଛନ୍ତି  । ଏହି ବ୍ଲାଷ୍ଟିଂ ଏବଂ ରାସାୟନିକ ଦ୍ରବ୍ୟ ପ୍ରୟୋଗ କରି ମାଛ ମାରିବା ଦ୍ବାରା କେବଳ ମାଛ ବଂଶ ଲୋପ ପାଉଛନ୍ତି ତାନୁହେଁ   ମହାନଦୀ ଦିନକୁ ଦିନ ପ୍ରଦୂଷିତ ମଧ୍ୟ ହେଉଛି  ।

ବର୍ଷର ପ୍ରାୟ ଚାରି ମାସ ବର୍ଷା ସମୟକୁ ବାଦ ଦେଲେ ଆଠ ମାସ ଯାଏଁ ମହାନଦୀର ବିଭିନ୍ନ ଘାଟରେ ବେଆଇନ ଭାବେ ମାଛ ମାରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର କେଉଟିପାଲି, ସିଂଢୋଲ, ବିନିକା, ସରଧାପାଲି, ସୁବର୍ଣ୍ଣପୁର, ମହଦା ତଥା ସୁବଳୟା ଆଦି ଜାଗାରେ ବେଆଇନ ଭାବେ ସନ୍ଧ୍ୟା ସମୟରେ ବ୍ଲାଷ୍ଟିଂ ହେଉଛି ।ହେଲେ ବେଆଇନ ବ୍ଲାଷ୍ଟିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିବା ଅଭିଯୋଗ ହେଉଛି  ।

ଝରା ଓ କେଉଟ ସଂମ୍ପ୍ରଦାୟର ଲୋକେ ପ୍ରାକୃତିକ ଉପାୟରେ ମାଛ ମାରି ଜିଲ୍ଲାର ଆବଶ୍ୟକତା ପୂରଣ କରିବା ସହିତ ପଡୋଶୀ ଜିଲ୍ଲା ଗୁଡିକୁ ରପ୍ତାନୀ କରୁଥିଲେ ।ହେଲେ ମହାନଦୀ ଗର୍ଭରେ ଏବେ ବେଆଇନ କାର୍ଯ୍ୟ ଯୋଗୁଁ  ବଜାରକୁ ମାଛ ନାଁ ଜହର ବିକ୍ରି ହେଉଛି  । ବିଷ ମିଶା ମାଛ ବଜାରରେ ମିଳୁଛି  ।

ଅନ୍ୟପକ୍ଷରେ ଜିଲ୍ଲା ପୋଲିସ ପ୍ରଶାସନର ଚିରା ଚରିତ ଉତ୍ତର ଏପରି ବେଆଇନ କାର୍ଯ୍ୟ ତାଙ୍କ ନଜରକୁ ଆସି ନ ଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ମହାନଦୀରେ ହେଉଥିବା ଏହି ବେଆଇନ ବ୍ଲାଷ୍ଟିଙ୍ଗ ଏବଂ ବିଷ ପ୍ରୟୋଗକୁ ସ୍ବୀକାର କରିବା ସହିତ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇପାରିବ ବୋଲି କହିଛି ଜିଲ୍ଲା ମତ୍ସ୍ୟ ବିଭାଗ । 

   Related Posts