ଜୁଲାଇରେ ହିଁ ବଜେଟ୍ ଅନୁମାନକୁ ଅତିକ୍ରମ କରିଯାଇଛି ଦେଶର ରାଜସ୍ୱ ନିଅଣ୍ଟ ଆକଳନ !

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧।୮: ଲକଡଉନ କାରଣରୁ ଦୁର୍ବଳ ରାଜସ୍ୱ ସଂଗ୍ରହ କେନ୍ଦ୍ର ସରକାର ବଜେଟ୍‌ରେ ଆକଳନ କରିଥିବା ରାଜସ୍ୱ  ନିଅଣ୍ଟ ଆର୍ଥିକ ବର୍ଷ ଆରମ୍ଭର ପ୍ରଥମ ୪ ମାସ ଏପ୍ରିଲ-ଜୁଲାଇରେ ସମ୍ପୂର୍ଣ୍ଣ ବର୍ଷର ଅନୁମାନକୁ ଅତିକ୍ରମ କରିଯାଇଛି। ମହାଲେଖା ନିୟନ୍ତ୍ରକ (ସିଏଜି)ଙ୍କ ଦ୍ୱାରା ଜାରି ସୂଚନାରୁ ଏହା ଜଣାପଡିଛି। ସିଏଜିଙ୍କ ତଥ୍ୟ ଅନୁସାରେ ରାଜସ୍ୱ ନିଅଣ୍ଟ ବାର୍ଷିକ ଅନୁମାନ ତୁଳନାରେ ୧୦୩.୧ ପ୍ରତିଶତ ଅର୍ଥାତ ୮,୨୧,୩୪୯ କୋଟି ଟଙ୍କାକୁ ପହଞ୍ଚିଯାଇଛି।

{"id":323147,"sizeSlug":"large"}

ବର୍ଷକ ପୂର୍ବେ ଅର୍ଥାତ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ୪ ମାସରେ ବଜେଟ୍ ଅନୁମାନର ୭୭.୮ ପ୍ରତିଶତରେ ସୀମିତ ଥିଲା। ସରକାରଙ୍କ ରଜସ୍ୱ କ୍ଷତି ମୋଟ ଖର୍ଚ୍ଚ ଓ ରାଜସ୍ୱ ଆୟ ମଧ୍ୟରେ ଥିବା ପାର୍ଥକ୍ୟରୁ ନିର୍ଦ୍ଧାରିତ ହୋଇଥାଏ। ଗତବର୍ଷ ଅକ୍ଟୋବର  ମାସରେ ରାଜସ୍ୱକ୍ଷତି ବାର୍ଷିକ ବଜେଟ୍ ଆକଳନକୁ ଅତିକ୍ରମ କରିଯାଇଥିଲା। ଗତ ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ୨୦୨୦-୨୧ ବାର୍ଷିକ ବଜେଟ୍‌ରେ ରାଜସ୍ୱ କ୍ଷତି ୭.୯୬ ଲକ୍ଷ କୋଟି ଅର୍ଥାତ ଜିଡିପିର ୩.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରିଥିଲେ।

{"id":323148,"sizeSlug":"large"}

ଦେଶକରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରୁ ସରକାର ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ୍‌ ଜାରି କରିଥିଲେ। ମେ ମାସ ପରେ ଏଥିରେ ଧିରେ ଧିରେ କୋହଳ କରାଯାଇଛି। ତେବେ ଲକଡାଉନ୍‌ ଘୋଷଣା ଯୋଗୁ ଦେଶର ସମସ୍ତ ଆର୍ଥିକ ଗତିବିଧି ଥମିଯାଇଛି। ମାର୍ଚ୍ଚରେ ବର୍ଷ ଶେଷ ହେବା ପୂର୍ବରୁ ରାଜସ୍ୱ ପ୍ରପ୍ତି ଦୁର୍ବଳ ହେବା ସହ ବନ୍ଦ ହୋଇଯାଇଥିଲା। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରାଜସ୍ୱ ନିଅଣ୍ଟ ପରିମାଣ ଜିଡିପିର ୪.୬ ପ୍ରତିଶତକୁ ଛୁଇଁଛି।

{"id":323149,"sizeSlug":"large"}

ସିଏଜିଙ୍କ ତଥ୍ୟ ଅନୁସାରେ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରାଜସ୍ୱ ପ୍ରାପ୍ତି ୨,୨୭,୪୦୨ କୋଟି ଟଙ୍କା ଥିଲା। ଯାହା ବାର୍ଷିକ ବଜେଟ ଲକ୍ଷ୍ୟର ୧୧.୩ ପ୍ରତିଶତ। ଏହା ପୂର୍ବବର୍ତ୍ତି ବର୍ଷ ଏହି ସମୟରେ ମୋଟ ରାଜସ୍ୱ ପ୍ରାପ୍ତି ଅନୁମାନର ୧୯.୫ ପ୍ରତିଶତ ଥିଲା। ଏପ୍ରିଲରୁ ଜୁଲାଇ ମଧ୍ୟରେ କର ରାଜସ୍ୱ ୨,୦୨,୭୮୮ କୋଟି ଟଙ୍କା ଅର୍ଥାତ ବଜେଟ ଅନୁମାନର ୧୨.୪ ପ୍ରତିଶତ ଆଦାୟ ହୋଇଛି। ତେବେ ଗତ ଆର୍ଥିକ ବର୍,ର ଏହି ସମୟରେ କର ରାଜସ୍ୱ ଆୟ ମୋଟ ବଜେଟ୍ ଅନୁମାର ୨୦.୫ ପ୍ରତିଶତ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.