କେବିସି: ଏକ କୋଟି ଜିତିଥିବା ପ୍ରଥମ ମହିଳା ହେବାକୁ ଚାହୁଁଥିଲେ ଡାକ୍ତର, ଏବେ କରନ୍ତି ଏହି କାମ
30/06/2019 at 4:03 PM

ମୁମ୍ବାଇ୩୦|୬: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପପୁଲାର କୁଇଜ୍ ଶୋ “କୌନ ବନେଗା କୋରଡପତୀ” ସିଜିନ୍-୧୧ରେ ଖୁବ୍ ଶୀଘ୍ର ନଜର ଆସିବେ। କେବିସି ୧୧ର ଟ୍ୟାଗ୍ଲାଇନ୍ ହେଉଛି “ଅଗର କୋଶିସ ରଖୋଗେ ଜାରି, ତୋ କେବିସି ହଟ୍ସିଟ୍ ପର ବେଠନେ କି ଇସ ବାର ହୋଗି ବାରି”।ଭାରତର ସବୁଠୁ ପୁରୁଣା ସୋ ମଧ୍ୟରୁ ଗୋଟେ ହେଉଚି କେବିସି। ଏହି ଶୋର ପ୍ରଥମ ଏପିସୋଡ୍ ୨୦୦୦ ମସିହା ଜୁଲାଇ ମାସ ୩ ତାରିଖରେ ପ୍ରସାରିତ ହୋଇଥିଲା।
କେବିସିରେ ଏକ କୋଟି ଜିତିଥିବା ପ୍ରଥମ ମହିଳା ହେଉଛନ୍ତି ରାହତ ତସଲୀମ୍। ୨୦୧୦ ମସିହାରେ ପ୍ରସାରିତ ହେଉଥିବା କେବିସିର ସିଜିନ୍-୪ରେ ରାହତ କରୋଡପତୀ ହୋଇଥିଲେ। ସୋରେ ଅଂଶ ଗ୍ରହଣ ବେଳେ ଜଣେ ଡାକ୍ତର ହେବାକୁ ଚାହୁଁଥିବା ଏହି ମଙିଳା ଜିତିତିବା ଟଙ୍କାରେ ଗାରମେଣ୍ଟର ଶୋରୁମ ଖୋଲିଥିଲେ।
ଏକ ସାକ୍ଷାତକାରରେ ରାହତ କହିଥିଲେ ଯେ, ସେ ତାଙ୍କ ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସେଡର ପାଇଁ ଅନେକ କମ୍ପାନୀକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସମସ୍ତେ ମନା କରିଦେଇଥିଲେ। ଏବେ ସେ ଗାରମେଣ୍ଟସ୍ର ବ୍ୟବସାୟ କରନ୍ତି। ତସଲୀମ୍ କହିଥିଲେ ଯେ, ଶୋ ଜିତିବା ପରେ ତାଙ୍କ ଜୀବନରେ ଅନେକ ପରିର୍ବତ୍ତନ ଆସିଛି। ତସଲୀମ୍ ପାଞ୍ଚ କୋଟି ଟଙ୍କାର ସଠିକ୍ ଉତ୍ତର ଦେଇନଥିଲେ ଓ କୋଟିଏ ଟଙ୍କା ଜିତି ଆସିଥିଲେ। ସେଥିମଧ୍ୟରୁ ଟାକ୍ସ କଟି ତାଙ୍କୁ ୭୦ ଲକ୍ଷ ଟଙ୍କା ମିଳିଥିଲା ବୋଲି ସେ କହିଥିଲେ। ପରିବାରରେ ତାଙ୍କ ସହ ସ୍ବାମୀ ଓ ପୁଅ ଅଛନ୍ତି। କିଛି ବର୍ଷ ପୂର୍ବରୁ ତସଲୀମ୍ଙ୍କ ଝିଅର ବିବାହ ହୋଇସାରିଛି। ବିବାହ ପରେ ସେ ସାଉଦୀ ଆରବରେ ନିଜ ସ୍ବାମୀ ସହ ରହନ୍ତି।
ତସ୍ଲୀମ୍ଙ୍କ ଘରର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ମଧ୍ୟ ଅନେକ ଅସୁବିଧାର ସାମ୍ନା କରି ବଢିଥିଲେ। ପ୍ରଥମେ ସେ ସିଲେଇ କରି ଟଙ୍କା ରୋଜଗାର କରୁଥିଲେ। ପିଲା ବେଳୁ ତାଙ୍କର ଡାକ୍ତର ହେବାର ବହୁତ ଆଶା ଥିଲା। କିନ୍ତୁ ଟଙ୍କାର ଅଭାବ ପାଇଁ ସେ ଅଧିକ ପାଠ ପଢି ପାରିନଥିଲେ। ଏବେ ସେ ନିଜ ବ୍ୟବସାୟ ଓ ପରିବାର ମଧ୍ୟରେ ବହୁତ ଖୁସିରେ ଜୀବନ କଟାଉଛନ୍ତି।