Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ନୌସେନାର ପ୍ରଥମ ମହିଳା ପାଇଲଟ ହୋଇଥିବା ଲେଫ୍ଟନାଣ୍ଟ ଶିବାଙ୍ଗିଙ୍କ ସମ୍ପର୍କରେ ଜାଣନ୍ତୁ

22/11/2019 at 5:07 PM

ଚଳିତ ବର୍ଷ ଡିସେମ୍ବର ମାସ ୨ ତାରିଖରେ ଲେଫ୍ଟନାଣ୍ଟ ଶିବାଙ୍ଗି ନୂଆ ଇତିହାସ ରଚିବେ। ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ ମହିଳା ପାଇଲଟ ହେଉଛନ୍ତି ଶିବାଙ୍ଗି।ସୂଚନାଯୋଗ୍ୟ ଯେ, ଶିବାଙ୍ଗି ନିଜ ପ୍ରଶିକ୍ଷଣ ସାରିବା ପରେ ଆସନ୍ତା ମାସ ୨ ତାରିଖରେ ନିଜ ଦାୟିତ୍ବ ଗ୍ରହଣ କରିବେ।ଭାରତୀୟ ନୌସେନାରେ ସାମିଲ ହୋଇଥିବା ପ୍ରଥମ ମହିଳା ପାଇଲଟ ହେଉଛନ୍ତି ଶିବାଙ୍ଗି।

ଶିବାଙ୍ଗି ବିହାରର ମୁଜଫରପୁରର ବାସିନ୍ଦା। ସେଠାରେ ସେ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ। ଭାରତୀୟ ନୌସେନା ଏକାଡେମୀରେ ଶିବାଙ୍ଗୀ ୨୭ଏନଓସି କୋର୍ସରେ ଯୋଗ ଦେଇଥିଲେ ।ସେଠାରେ ସେ ପାଇଲଟ ଟ୍ରେନିଂ ଗ୍ରହଣ କରିଥିଲେ । ଗତ ବର୍ଷ ନୌସେନାର ବାଇସ ଆଡମିରାଲ ଏ. କେ. ଚାୱଲା ତାଙ୍କୁ ନୌସେନାରେ କମିଶନ କରିଥିଲେ ।

   Related Posts