କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର

Published By : Prameya-News7 Bureau | October 23, 2021 IST

ଫୁଲବାଣୀ ୨୩।୧୦: ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ପହିଲି ଶୀତ। ଗତ ଦୁଇ ଦିନ ହେବ ଉଭୟ ଜିଲ୍ଲାରେ ହାଲକା ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ୧୬ରୁ ୧୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବର୍ଷାର ପରିମାଣ କମିବା ପରେ ଫୁଲବାଣୀ ସମେତ ଅନେକ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି ।  

ଥଣ୍ଡାର ମଜା ନେବା ପାଇଁ ସକାଳୁ ସହରବାସୀଙ୍କ ପ୍ରବଳ ଭିଡ ଜମୁଛି । କେହି ମର୍ଣ୍ଣି ୱାକରେ ତ ଆଉ କେହି ବ୍ୟାୟମରେ ସମୟ ବିନିଯୋଗ କରି ଥଣ୍ଡାର ମଜା ନେଉଛନ୍ତି। ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଚଳିତ ମାସ ୨୫ ତାରିଖ ପରଠାରୁ ଶୀତର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଶୀତ ଆସିଲେ ଜିଲ୍ଲାକୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଭିଡ ଜମିବ। ସେହି ଦୃଷ୍ଟିରୁ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀର ରକ୍ଷଣା ବେକ୍ଷଣକୁ ନେଇ ପ୍ରଶାସନ ପକ୍ଷରୁ  ବିଶେଷ ଗୁରୁତ୍ବ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.