Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସ୍ଵାମୀଙ୍କ ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ, ଶାଶୁଘର ବାରଣ୍ଡାରେ ଦେଲେ ଧାରଣା

9/07/2021 at 12:16 PM

ମହାକାଳପଡା ୯।୭: ସ୍ବାମୀର ଦ୍ବିତୀୟ ବିବାହକୁ ପ୍ରଥମ ପତ୍ନୀଙ୍କ ବିରୋଧ । ଶାଶୁଘର ଦାଣ୍ଡ ପିଣ୍ଢାରେ ଧାରଣା ଦେଲେ ପ୍ରଥମ ପତ୍ନୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ସ୍ଵାମୀଙ୍କ ଦ୍ବିତୀୟ ବିବାହ ଖବର ପାଇ ଦୀର୍ଘ ୮ ବର୍ଷ ଧରି ବାପଘରେ ରହିଆସୁଥିବା ପ୍ରଥମ ପତ୍ନୀ ସ୍ଵାମୀଙ୍କ ବାରଣ୍ଡାରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । 

ସୂଚନାଯୋଗ୍ୟ ଯେ, କୋଚିଳା ଗ୍ରାମର ପ୍ରହଲ୍ଲାଦ ସାହୁ ଗତ ୨୦୧୩ ମସିହାରେ ବରକନ୍ଧା ଗ୍ରାମର ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ତ୍ରୀ ବାପଘରେ ଦୀର୍ଘଦିନ ହେବ ରହିଆସୁଥିଲେ ।  ଉଭୟ ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ତେବେ ସ୍ଵାମୀଙ୍କ ଦ୍ବିତୀୟ ବିବାହ କଥା ଶୁଣି ପ୍ରଥମ ପତ୍ନୀ ଶାଶୁ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ମାତ୍ର ଶାଶୁଘରେ ତାଲା ପକାଇ ସ୍ଵାମୀ ତାଙ୍କର ଦ୍ବିତୀୟ ସ୍ତ୍ରୀ ଓ ଶ୍ବଶୁର, ଶାଶୁ ଘର ଲୋକ କେଉଁ ଆଡେ ପଳାଇ ଯାଇଛନ୍ତି । ପ୍ରଥମ ପତ୍ନୀ ଶାଶୁଘର ବାରଣ୍ଡାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି ।

   Related Posts