ସଉତୁଣୀକୁ ରାସ୍ତାରୁ ହଟାଇବାକୁ ରଚିଥିଲେ ଷଡଯନ୍ତ୍ର, ଜଙ୍ଗଲରେ ହତ୍ୟା ଉଦ୍ୟମ ବେଳେ ବଞ୍ଚିଗଲା ଜୀବନ

Published By : Prameya-News7 Bureau | May 21, 2021 IST

ଭୁବନେଶ୍ବର ୨୧।୫: ସଉତୁଣୀକୁ ଜୀବନରୁ ମାରିବାକୁ ଉଦ୍ୟମ କରି ଫେଲ୍ ମାରିଲା ସଉତୁଣୀ । ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ୟେ, ଭୁବନେଶ୍ବର ଏମ୍ସ ହସ୍ପିଟାଲ ନିକଟରେ ଥିବା ଶ୍ରାବଣୀ ଆପାର୍ଟମେଣ୍ଟରେ ରୁହନ୍ତି ସୁଶାନ୍ତ କୁମାର ପାତ୍ର ଓ ତାଙ୍କର ପରିବାର । ଗୁରୁବାର ରାତିରେ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଲୋପାମୁଦ୍ରା ବିଶ୍ବାଳ ତାଙ୍କର ଦ୍ବିତୀୟ ପତ୍ନୀକୁ ଟଙ୍କା ଆଣିବା ବାହାନା ଦେଖାଇ ଭୁବନେଶ୍ବର ଉପକଣ୍ଠ ଗୋଠପଟଣା ନେଇଆସିଥିଲେ । ସେଠାରେ ଥିବା ଜଙ୍ଗଲରେ ସଂପୃକ୍ତ ମହିଳାଙ୍କୁ ଲୋପାମୁଦ୍ରା ଓ ଅଟୋ ଡ୍ରାଇଭର ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଘଟଣାସ୍ଥଳରେ କିଛି ସ୍ଥାନୀୟ ଯୁବକ ପହଁଚିବା ପରେ ସେମାନେ ତାଙ୍କୁ ଛାଡି ପଳାଇ ଯାଇଥିଲେ । ଉକ୍ତ ମହିଳାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଯୁବକ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.