ଆଜି କେନ୍ଦ୍ର ମନ୍ତ୍ରିପରିଷଦର ପ୍ରଥମ ବୈଠକ, କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ବିଭିନ୍ନ ଏଜେଣ୍ଡା ନେଇ ହୋଇପାରେ ଆଲୋଚନା

Published By : Prameya-News7 Bureau | June 12, 2019 IST

ନୂଆଦିଲ୍ଲୀ ୧୨|୬: ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବା ପରେ ବୁଧବାର ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ବୈଠକ ପରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଗାମୀ ଜୁଲାଇ୫ରେ ସଂସଦରେ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ । ଏହା ବ୍ୟତୀତ ବୈଠକରେ କ୍ୟାବିନେଟ କିଛି ବିଧେୟକକୁ ମଂଜୁରୀ ଦେଇପାରେ, ଯାହାକି ଗତ ସରକାରର କାର୍ଯ୍ୟକାଳରେ ପାସ ହୋଇପାରି ନଥିଲା । ୧୬ତମ ଲୋକସଭାର କାର୍ଯ୍ୟକାଳରେ ତିନ ତଲାକ ବିଧେୟକ ଲୋକସଭାରେ ମଂଜୁରୀ ହୋଇଥିଲା କିନ୍ତୁ ରାଜ୍ୟସଭାରେ ସଂଖ୍ୟାବଳ କମ ହେବା କାରଣରୁ ଅଟକି ଯାଇଥିଲା । କୁହାଯାଉଛି ଯେ, ସରକାର ଏହି ବିଲକୁ ଗମ୍ଭୀରତାର ସହିତ ଦ୍ୱିତୀୟ ଥର ପାଇଁ ପାସ କରିବାକୁ ଉଦ୍ୟମ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.