Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ଚାଲିବ ଟ୍ରେନ୍ ଟି-୧୮ ; ଜାଣନ୍ତୁ କେଉଁ କେଉଁ ସହର ମଧ୍ୟରେ ଚାଲିବ

16/11/2018 at 5:38 PM

ନୂଆଦିଲ୍ଲୀ ୧୬|୧୧: ଭାରତୀୟ ରେଳ ବିଭାଗର ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ସେଟ୍ ଟି-୧୮ର ଶନିବାର ଦିନ ପରୀକ୍ଷାମୂଳକ ଭାବେ ଚାଲିବ । ଏହି ଟ୍ରେନକୁ ବରେଲିରୁ ମୁରାଦାବାଦ ମଧ୍ୟରେ ଚାଲିବ । ଦେଶର ପ୍ରଥମ ଆଧୁନିକ ଟ୍ରେନରେ ଯାତ୍ରୀମାନେ ନୂଆବର୍ଷରେ ଯାତାୟତ କରିବେ । ଚେନ୍ନାଇର ଇଣ୍ଟିଗର୍ଲ କୋଚ୍ କାରଖାନାରେ ରେକର୍ଡ ୧୮ମାସରେ ନିର୍ମିତ ହୋଇଛି ଟ୍ରେନ୍ ଟି-୧୮ । ପରୀକ୍ଷଣ ପାଇଁ ଏହାର ଦାୟିତ୍ବ ଉତ୍ତର ରେଲଓ୍ବେ ଏବଂ ରେଲଓ୍ବେର ଅନୁସନ୍ଧାନ ବିକାଶ ଏବଂ ମାନକ ସଂଗଠନ (ଆରଡିଏସଓ)କୁ ଦିଆଯାଇଛି ।

ପ୍ରଥମ ଥର ଏହି ଟ୍ରେନକୁ ଦିଲ୍ଲୀ-ଭୋପାଳ ମଧ୍ୟରେ ଚଳାଚଳ କରାଯିବାର ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଏହାକୁ ଭୋପାଳ ବଦଳରେ ମୁରାଦାବାଦକୁ ଯୋଗାଯୋଗ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଶତାବ୍ଦୀର ତର୍ଜମାରେ ନିର୍ମିତ କରାଯାଇଛି । ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ସେଟ୍ ବିଶ୍ବସ୍ତରୀୟ ମାନକର ଅନୁରୂପ ହୋଇଛି । ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳ ଏବଂ ଡିଜାଇନ୍ ରେ ନିର୍ମିତ ହୋଇଛି । ଏହାକୁ ନିର୍ମାଣ କରିବାରେ ଶହେ କୋଟିର ଖର୍ଚ୍ଚ ହୋଇଛି ।  ଏହା ଭାରତୀୟ ଇତିହାସରେ ବିରଳ । ଏହାକୁ ପରୀକ୍ଷାମୂଳକ ଭାବେ ଚଲାଯିବ । ଭାରତୀୟ ରେଳ ବିଭାଗକୁ ସାରା ବିଶ୍ବରେ ଏହାର ଆଧୁନିକ ଜ୍ଞାନକୌଶଳ ଏବଂ ମୂଲ୍ୟ ଆଧାରରେ ଅର୍ଡର ମିଳିବ । ରେଳ ମନ୍ତ୍ରଣାଳୟ ଏହାକୁ ବିଶ୍ବର ସବୁଠୁ ଶସ୍ତା ଏବଂ ଆଧୁନିକ ଟ୍ରେନ୍ ବୋଲି ଦାବି କରୁଛି । ଏହାକୁ ବିଶ୍ବ ରେଳ କୌଶଳ ବଜାରରେ ପହଞ୍ଚାଇବାକୁ ଯୋଜନା କରୁଛି । ରେଳ ଅଧିକାରୀ ଦାବି କରିଛନ୍ତି ଯେ, ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳ ଏବଂ ଡିଜାଇନ୍ ରେ ନିର୍ମିତ ହୋଇଛି । ବିଶ୍ବରେ ଏଭଳି ଟ୍ରେନ୍ ଶହେ କୋଟିରେ କେଉଁଠି ବି ନିର୍ମିତ ହୋଇପାରିବ ନାହିଁ । ଖୁବ୍ ଶୀଘ୍ର ଟି-୧୮ର ଦ୍ବିତୀୟ ର୍ୟାକ୍ ପ୍ରସ୍ତୁତ କରାଯିବ ପରେ ନିୟମିତ ଭାବେ ଏହାର ଉତ୍ପାଦନ କରାଯିବ ।

   Related Posts