ପୁରୁଷ ସୈନ୍ୟ, ଆର୍ମି ହସପିଟାଲରେ କଲେ ଲିଙ୍ଗ ପରିବର୍ତ୍ତନ ଅପରେସନ, ପ୍ରଥମ ତୃତୀୟ ଲିଙ୍ଗି ଜବାନଙ୍କ ସଂପର୍କରେ କ’ଣ ନିଷ୍ପତ୍ତି ନେବ ଦକ୍ଷିଣ କୋରିଆ ?

Published By : Prameya-News7 Bureau | January 17, 2020 IST

ସିଓଲ  ୧୭/୦୧ – ଦକ୍ଷିଣ କୋରିଆ ସରକାର ଏବଂ ସେନା ଏକ ଅଦ୍ଭୁତ ସ୍ଥିତିର ସମ୍ମୁଖୀନ ହୋଇଛି । ଜଣେ ସୈନିକଙ୍କୁ ସେନାବାହିନୀରେ ରଖିବେ ନା ବିଦା କରିବେ, ଏପରି ଏକ ଫଇସଲା କରିବାକୁ ପଡିବ ଦକ୍ଷିଣ କୋରିଆ ସେନା ଅଧିକାରୀମାନଙ୍କୁ । ଏହା ଏଇଥି ଲାଗି ଗୁରୁତ୍ବ ରଖେ ଯେ, ସୈନିକ ଜଣକ ତୃତୀୟ ଲିଙ୍ଗର ବ୍ୟକ୍ତି । ଦକ୍ଷିଣ କୋରିଆରେ ଜଣେ ତୃତୀୟ ଲିଙ୍ଗର ବ୍ୟକ୍ତି ସେନାବାହିନୀରେ ଯୋଗ ଦେଇପାରିବେ ନାହିଁ । ଏପରି ନିୟମ ରହିଛି । କିନ୍ତୁ ସେହି ନିୟମର କିଛି ଦିଗ ନେଇ ନାହିଁ ସ୍ପଷ୍ଟ କାନୁନ ବା ବିଧି ବ୍ୟବସ୍ଥା ।  ଆଉ ଏଠାରେ ସମସ୍ୟାଟି ହେଲା , ଜଣେ ସୈନୀକ ପୁରୁଷ ଭାବେ ଦକ୍ଷିଣକୋରିଆ ସେନାବାହିନୀରେ ଯୋଗ ଦେଇଥିଲେ । କିନ୍ତୁ ନିକଟରେ ସେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଅର୍ଥାତ୍ ଅପରେସନ କରି ସୈନୀକ ଜଣକ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିଥିବା ବେଳେ, ଏକ ସେନା ହସପିଟାଲରେ ହିଁ ସର୍ଜରି କରାଇଛନ୍ତି । ତେଣୁ ଶେନାର ମୁଣ୍ଡ ବିନ୍ଧୁଛି ।

 ଆସନ୍ତା ସପ୍ତାହରେ ହିଁ ଦକ୍ଷିଣ କୋରିଆ ସେନା ଅଧିକାରୀ ମାନଙ୍କୁ ଏ ସଂପର୍କରେ ଫଇସଲା କରିବାକୁ ହେବ ।  ଏକ ଦକ୍ଷିଣପନ୍ଥୀ ସଂଗଠନ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ସଂପୃକ୍ତ ସୈନୀକଙ୍କୁ ମନସ୍ତାତ୍ତ୍ବିକ ପରାମର୍ଶ ସହ ତାଙ୍କ ଶାରିରୀକ ଉନ୍ନତି ତଥା ହରମୋନ ଚିକିତ୍ସା ଥେରାପି କରାଇଛି । ଏହି ପ୍ରସଙ୍ଗରେ ସେନା ଏକ ପରିବର୍ତ୍ତନଶୀଳ ତଥା  ଆଧୁନୀକ ବିଚାର ଦୃଷ୍ଟିରୁ ନିଷ୍ପତ୍ତି ନେବ ବୋଲି ଆଶା ବ୍ୟକ୍ତ କରିଛି। ତେବେ ଆସନ୍ତା ବୁଧବାର ଦିନ ହିଁ ସେନା ଚୁଡାନ୍ତ ନିଷ୍ପତ୍ତି ନେବ ।

ପୂର୍ବରୁ ବେଶ୍ ରକ୍ଷଣଶୀଳ ଥିବା ଦକ୍ଷିଣକୋରିଆରେ ତୃତୀୟ ଲିଙ୍ଗଙ୍କ ପ୍ରତି ଦରଦ ବଢୁଥିବା ଦେଖା ଯାଇଛି। ଏପରିକି ଦକ୍ଷିଣ କୋରିଆର ଟିଭି ଏବଂ ସିନେମାରେ ସେ  ସଂପର୍କୀତ କାର୍ଯ୍ୟକ୍ରମ ବି ଆଦୃତ ହେଲାଣି । ଏ ଦୃଷ୍ଟିରୁ ସୈନୀକଙ୍କ ଭବିଷ୍ୟତ ନେଇ ସକରାତ୍ମକ ନିଷ୍ପତ୍ତି ଆଶା ରଖିଛନ୍ତି ଦକ୍ଷିଣପନ୍ଥୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.