Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

CAA ସମର୍ଥନ ରେ ଆଗକୁ ଆସିଲେ ଶିକ୍ଷାବିଦ୍ ଓ ବୁଦ୍ଧିଜୀବୀ, କହିଲେ ଆଇନ ସମ୍ବିଧାନ ସମ୍ମତ

21/12/2019 at 8:11 PM

ନୂଆଦିଲ୍ଲୀ ୨୧।୧୨: ନାଗରିକ (ସଂଶୋଧନ) ଆଇନ (ସିଏଏ)କୁ ନେଇ ସାରା ଦେଶରେ ଅବୁଝାମଣାର ମାହୋଲ ଲାଗି ରହିଥିବା ବେଳେ ଶନିବାର ଶିକ୍ଷାବିଦ୍ ଓ ବୁଦ୍ଧିଜୀବୀମାନେ ଆଇନ ସମର୍ଥନରେ ଆସିଛନ୍ତି। ଏହି ଆଇନକୁ ନେଇ କେହି ସଂଶୟରେ ନ ରହିବାକୁ ବୁଦ୍ଧିଜୀବି ଓ ଶିକ୍ଷାବିଦ୍‌ମାନେ ଅନୁରୋଧ କରିଥିବା ବେଳେ ଦୀର୍ଘ ବର୍ଷରୁ ପାକିସ୍ତାନ ଓ ବାଂଲାଦେଶରେ ନିର୍ଯାତିତ ହୋଇ ଭାରତ ଚାଲିଆସିଥିବା ହିନ୍ଦୁ ଓ ଅନ୍ୟ ଧର୍ମାବଲମ୍ବୀଙ୍କ ଦୀର୍ଘ ବର୍ଷର ଦାବି ଏହି ଆଇନ ପୂରଣ କରୁଥିବା କହିଛନ୍ତି।

ପ୍ରାୟ ୧ହଜାର ୧ଶହ ଶିକ୍ଷାବିଦ୍, ବୁଦ୍ଧିଜୀବୀ ଓ ଗବେଷକ ଶନିବାର ଏକଜୁଟ୍ ହୋଇ ୧୯୫୦ ନେହେରୁ ଓ ଲିଆକତ୍  ବିଫଳ ବୁଝାମଣାକୁ ମନେ ପକାଇଦେଇଛନ୍ତି। ସେତେବେଳେ କଂଗ୍ରେସ ଓ ସିପିଏମ ଏହି ଶରଣାର୍ଥୀଙ୍କ ଲାଗି ଖୁବ୍ ଓକିଲାତି କରିଥିଲେ। ଦୀର୍ଘ ବର୍ଷ ପରେ ସେହି ବୁଝାମଣା ହିଁ ମୋଦିଙ୍କ ସରକାରରେ ଆଇନରେ ପରିଣତ ହୋଇଛି। ଏଥିପାଇଁ ସେତେବେଳେ ଦାବି କରୁଥିବା ଲୋକେ ଏବେ ବିରୋଧ କରୁଥିବାରୁ ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।

ଆଇନକୁ ସମ୍ବିଧାନ ସମ୍ମତ ବୋଲି ଗବେଷକମାନେ କହିଛନ୍ତି। ଏଣୁ ସିଏଏକୁ ନେଇ କେହି କୌଣସି ଭ୍ରମରେ ରହିବା ଉଚିତ ନୁହେଁ ବୋଲି ଶିକ୍ଷାବିଦ୍‌ମାନେ କହିଛନ୍ତି। ଏହି ଆଇନରେ ଦେଶରେ ନାଗରିକତା ଚାହୁଁଥିବା ଅନ୍ୟ କୌଣସି ଦେଶର ଲୋକଙ୍କୁ ନିରାଶ କରିବା ଲାଗି ନୁହେଁ। ହେଲେ ଭାରତକୁ ଚାଲିଆସିଥିବା ପଡୋଶୀ ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କ ଦୀର୍ଘ ଦିନର ଆଶା ପୁରଣ କରିବ। ଏଣୁ ଯେଉଁମାନେ ଆଇନ ସମ୍ପର୍କରେ ନ ଜାଣି ବିରୋଧ କରୁଛନ୍ତି ସେମାନଙ୍କୁ ଅଯଥାରେ ଅଶାନ୍ତି ସୃଷ୍ଟି ନ କରିବା ଲାଗି ବୁଦ୍ଧିଜୀବିମାନେ ଅନୁରୋଧ କରିଛନ୍ତି।   

   Related Posts