ପ୍ରଥମ ଥର ବୋଲବମ ଯାଉଥିଲେ ଜାଣିରଖନ୍ତୁ ଯାତ୍ରାର ନୀତି ଓ ନିୟମ, ନଚେତ ବୃଥା ହେବ ଶ୍ରମ

Published By : Prameya-News7 Bureau | July 17, 2019 IST

ଶ୍ରାବଣ ମାସ ଏକ ସମୃଦ୍ଧି କାରକ ମାସ। ବର୍ଷା ଆରମ୍ଭ ଯୋଗୁ ଦେଶରେ କୃଷି ଋତୁ ଆରମ୍ଭ ହୁଏ। ଭଲ ଫସଲ ଅମଳ ଖାଦ୍ୟାଭାବ ଦୂର କରେ, ସାରା ଶଂଶାର ସୁଖମୟ ହୁଏ। ଏଣୁ ମହାଦେବ ଶିବଙ୍କୁ ଅର୍ପିତ ଏହି ମାସରେ ଶିବ ଆରାଧନା କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ ବୋଲି  ହିନ୍ଦୁ ମାନ୍ୟତା ରହିଛି। ଏଥିପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ଶୈବ ଭକ୍ତ ଶିବାଭିଷେକ ନିମନ୍ତେ କାଁୱର ବା କାଉଡିଆ ଯାତ୍ରା କରିଥାନ୍ତି।

{"id":134810,"width":582,"height":576}

ପବିତ୍ର ନଦନଦୀରୁ ଜଳଭାର ଉଠାଇ ଲୋକେ ମାଇଲ ମାଇଲ ପଥ ପାଦରେ ଚାଲି ବିଭିନ୍ନ ଶିବାଳୟରେ ପହଞ୍ଚି ମହାଦେବଙ୍କୁ ଜଳାଭିଷେକ କରନ୍ତି।ତେବେ କାଉଡିଆ ଯାତ୍ରାର କିଛି ନୀତି ଓ ନିୟମ ରହିଛି। ଏହି ନୀତି ନିୟମ ଅନୁସାରେ ଯାତ୍ରା କଲେ ନିଶ୍ଟିତ ଶିବଙ୍କ ଆଶିର୍ବାଦ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି। ଯେଉଁମାନେ ପ୍ରଥମ ଥର ଏହି ଯାତ୍ରା କରିବାକୁ ଇଛୁକ ସେମାନେ ଏହି ସବୁ ନୀତିନିୟମ ଜାଣି ରଖିବା ଦରକାର। ତେବେ ଏହି ସବୁ ନୀତି ନିୟମ କ’ଣ ଆସନ୍ତୁ ଜାଣିବା।    

{"id":134811}

ଶିବ ଉପାସନାର ସବୁଠୁ ସହଜ ମାର୍ଗ ହେଉଛି ଏହି କାଉଡିଆ ଯାତ୍ରା। ଯଦିଓ କାର୍ଯ୍ୟ ଅତିବ କଠିନ ହେଲେ ଭକ୍ତଙ୍କ ମନୋସ୍କାମନା କିନ୍ତୁ ମହାଦେବ ନିଶ୍ଚିତ ପୁରଣ କରନ୍ତି ବୋଲି ଏହି ଯାତ୍ରା କରିଥିବା ଲୋକେ କୁହନ୍ତି। ତେବେ ନୀତି ନିୟମରେ ସାମାନ୍ୟ ଉଲ୍ଲଂଘନରେ ଯାତ୍ରା ନିଷ୍ଫଳ ହୋଇଯାଏ ଗନ୍ତବ୍ୟରେ ପହଞ୍ଚି ହୁଏନା। ତେବେ ଜାଣି ରଖନ୍ତୁ  ଏହି ସବୁ ନିୟମ।

{"id":134804}

୧- ପବିତ୍ର ନଦୀରୁ ଜଳଭାର ଉଠାଯାଏ। ନଦୀ ଘାଟରେ ଥିବା ଦେବାଦେବୀ ମନ୍ଦିରରେ ଜଳପୂର୍ଣ୍ଣ କଳସୀ ସହ ସଂକଳ୍ପ କରି କାଉଢିଆ ନିଜନିଜ ଗନ୍ତବ୍ୟ ଉଦ୍ଦେଶ୍ୟରେ ଖାଲି ପାଦରେ ଚାଲିଚାଲି ବାହାରନ୍ତି। ତେବେ ଠିକଣାରେ ପହଞ୍ଚିବା ପର୍ଯ୍ୟନ୍ତ ଜଳଭାରର ସୁରକ୍ଷା ଓ ସଂରକ୍ଷଣ କାଉଡିଆଙ୍କ ନିଜସ୍ବ କର୍ତ୍ତବ୍ୟ ଓ ଦାୟିତ୍ବ। ଏଥିରେ ସାମାନ୍ୟ ଅବହେଳା ଯାତ୍ରା ଅଧୁରା ରହିଯାଏ।   

{"id":134808}

୨- ରାସ୍ତାରେ ଜଳଭାର ଧରି ଯିବା ବେଳେ ବିଶ୍ରାମ ଆବଶ୍ୟକ ପଡିଥାଏ। ତେବେ ବିଶ୍ରାମ ଲାଗି କାଉଡି ରଖିବା ନିମନ୍ତେ  ପ୍ରଥମେ ଉଚ୍ଚସ୍ଥାନ ଦେଖନ୍ତୁ। ସୁରକ୍ଷିତ କାଉଡି ଝୁଲାଇ ବିଶ୍ରାମ ଓ ଶୌଚ ଆଦି କରି ପୁଣି ସ୍ନାନ ପୂର୍ବକ ଧୂପ,ଦୀପ ଜଳାଇ କାଉଡିକୁ ପ୍ରଣାମ କରି   ଗନ୍ତବ୍ୟ ଉଦ୍ଦେଶ୍ୟରେ ପ୍ରସ୍ଥାନ କରନ୍ତୁ।   ତେବେ କୌଣସି ପରିସ୍ଥିତିରେ ବି କାଉଡିକୁ ତଳେ ବା କୌଣସି ବୃକ୍ଷ ତଳେ ରଖିବେ ନାହିଁ। ଦେହରେ କାଉଡି ରଖି ମୁତ୍ରାଦୀ ଉତ୍ସର୍ଜନ କରିବେ ନାହିଁ। ବର୍ଷାଦିନ ରାସ୍ତାରେ କାଉଡିଆ ଚାଲିବା ବେଳେ ବର୍ଷା ସ୍ବଭାବିକ କଥା ତେବେ ଛତା ବା ବର୍ଷାତି ବ୍ୟବହାର କରିବା ଉଚିତ ନୁହେଁ।  

{"id":134807}

୩-କାଉଡିକୁ କାନ୍ଧରେ ବା ହାତରେ ଝୁଲାଇ ଚାଲି ଚାଲି ପଥ ଅତିକ୍ରମ କରିବାକୁ ପଡିଥାଏ। ତେବେ ମୁଣ୍ଡରେ କାଉଡି ବୁହାଯାଏନି। ଦୂର ପଥ ଅତିକ୍ରମ କରିବା କଷ୍ଟସାଧ୍ୟ ତେବେ ସହଜରେ ପଥ ଅତିକ୍ରମ କରିବା ଲାଗି ଉଚ୍ଚ ସ୍ବରରେ ସାଥୀଙ୍କ ସହ ମିଶି ଶିବଙ୍କ ଭଜନ କିର୍ତ୍ତନ କରନ୍ତୁ। ପରସ୍ପର ସହ ରାସ୍ତାରେ କଳିଝଗଡା ବା ଅଶ୍ଲୀଳ ଭାଷାରେ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଯେତ ସମ୍ଭବ ସଞ୍ଜମତା ଅବଲମ୍ବନ କରନ୍ତୁ। ପରସ୍ପରକୁ ରାସ୍ତାରେ ସହାୟତା କରନ୍ତୁ।ହେଲେ କୌଣସି ପରିସ୍ଥିତିରେ ବି ଯାନବାହନରେ ଯାଇ ଗନ୍ତବ୍ୟରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ନାହିଁ।

{"id":134806}

୪- ଯାତ୍ରାରେ କୌଣସି ପ୍ରକାର ନିଶା ଯେପରି କି ମଦ, ଭାଙ୍ଗ ବା ଗଞ୍ଜେଇ ଆଦି ସେବନ କରନ୍ତୁ ନାହିଁ।ଭୋକ ଲାଗିଲେ ଶିବ ଭକ୍ତଙ୍କ ଲାଗି ରାସ୍ତାରେ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା ରହିଥାଏ। ସେହି ସବୁ ସ୍ଥାନ ନିର୍ଣ୍ଣୟ କରି  ଉଚିତ ସ୍ଥାନରେ କାଉଡି ରଖି ଆବଶ୍ୟକ ମୁତାବକ ସାତ୍ବିକ ଭୋଜନ ଗ୍ରହଣ ପରେ ପୁଣି ସ୍ନାନାଦି ପୂର୍ବକ କାଉଡି ଧରି ଯାତ୍ରା ଆରମ୍ଭ କରନ୍ତୁ। ଯେଉଁଠାରେ ଜଳାଭିଷେକ ହେବ ସେଠାକାର ନୀତି ନିୟମରେ ଧାଡିବାନ୍ଧି କାନ୍ଧରେ ଜଳ କଳଶୀ ବହନ କରି ଶିବାଭିଷେକ ପୂର୍ବକ ନିଜର ମନୋକାମନା ମହାଦେବଙ୍କୁ ଜଣାନ୍ତୁ। ଆଶୁତୋଷ ଶମ୍ଭୁ ନିଶ୍ଚିତ ଭକ୍ତଙ୍କ ମନୋକାମନା ପୁରଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.