Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ବଦଳିବ ପରମ୍ପରା, ଅମର ଜବାନ ଜ୍ୟୋତି ବଦଳେ National War Memorialରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

23/01/2020 at 9:19 PM

ନୂଆଦିଲ୍ଲୀ ୨୩।୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଶହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ପରମ୍ପରା, ଉତ୍ସବ ସହ ଦୀର୍ଘବର୍ଷରୁ ଜଡିତ। ତେବେ ପ୍ରଥମଥର ଏହି ପରମ୍ପରା ବଦଳିବାକୁ ଯାଉଛି। ଆସନ୍ତା ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମର ଜବାନ ଜ୍ୟୋତି ବଦଳେ ନ୍ୟାସନାଲ ୱାର ମେମୋରିଆଲରେ ଶହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।

ଇଣ୍ଡିଆଗେଟ୍ ପରିସରରେ ନିର୍ମିତ ଏହି ସ୍ମାରକକୁ ପ୍ରଧାନମନ୍ତ୍ରୀ ଗତବର୍ଷ ରାଷ୍ଟ୍ରଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ୧୯୭୧ ଭାରତ-ପାକ୍ ଯୁଦ୍ଧରେ ଶହିଦଙ୍କ ସ୍ମୃତିରେ ଇଣ୍ଡିଆଗେଟ୍ ଠାରେ ୧୯୭୨ ମସିହାରେ ଅମରଜୱାନ ଜ୍ୟୋତି ସ୍ଥାପିତ ହୋଇଥିଲା। ଜାତୀୟ ଗୁରୁତ୍ୱ ବହନ କରୁଥିବା ଅବସରମାନଙ୍କରେ ୩ ସେନା ମୁଖ୍ୟ ଏହି ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାନ୍ତି। ତେବେ ସେନାର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ୨୬ ଜାନୁୟାରୀ ସାଧାରଣନ୍ତ୍ର ଦିବସ ପରେଡ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକକୁ ପହଞ୍ଚିବେ। ସେଠାରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଓ ୩ ସେନା ମୁଖ୍ୟଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶହିଦଙ୍କ ଉଦ୍ଦେଶ୍ୟରେ ପୁଷ୍ପଚକ୍ର ପ୍ରଦାନ କରିବେ।

ତେବେ ଅବସରରେ କେବଳ ପ୍ରଧାନମନ୍ତ୍ରୀ ହିଁ ପୁଷ୍ପଚକ୍ର ଅର୍ପିତ କରିବେ। ତେବେ ପ୍ରଥମ ଥର ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ମାରକ ୧୯୬୨ରେ ହୋଇଥିବା ଚୀନ ଯୁଦ୍ଧ, ୧୯୪୭,୧୯୬୫ ଓ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ସମେତ ଶ୍ରୀଲଙ୍କାରେ ଶାନ୍ତି ପ୍ରୟାଶ, ଶାନ୍ତି ସେନା ଓ କାର୍ଗିଲ ଶହିଦଙ୍କ ସ୍ମୃତିରେ ନିର୍ମିତ ହୋଇଛି। ଦେଶର ଗୌରବ ଓ ସୁରକ୍ଷା ଲାଗି ଏହିସବୁ ଅଭିଯାନରେ ଏପର୍ଯ୍ୟନ୍ତ ଦେଶ ପ୍ରାୟ ୮୦ ହଜାର ବୀର ସୈନିକଙ୍କ ବଳିଦାନ ଦେଇଥିବା ଜନୈକ ସେନା ଅଧିକାରୀ କହିଛନ୍ତି। ସମସ୍ତଙ୍କ ସ୍ମୃତି ଜାତୀୟ ଯୁଦ୍ଧସ୍ମାରକ ବହନ କରୁଛି। ତେବେ ଇଣ୍ଡିଆଗେଟ୍ ଠାରେ ୧୩ହଜାର ୫୧୬ ଜଣ ଜବାନଙ୍କ ସ୍ମୃତି ସାଇତା ଯାଇଛି। ୧୯୭୧ ଯୁଦ୍ଧ ପରେ ଅମରଜବାନ ଜ୍ୟୋତି ସ୍ଥାପିତ ହୋଇଥିଲା। ଏଣୁ ଉଭୟ ସ୍ମାରକର ଗୁରୁତ୍ୱ ରହିଥିବା ସେନା ଅଧିକାରୀ କହିଛନ୍ତି।

   Related Posts