ଦୁବାଇ ଓ କ୍ୱେତ୍‌ରେ ହେବ NEET ପରୀକ୍ଷା କେନ୍ଦ୍ର: ଶିକ୍ଷା ମନ୍ତ୍ରାଳୟ

Published By : Prameya-News7 Bureau | August 01, 2021 IST

ନୂଆଦିଲ୍ଲୀ ୧।୮: କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ( ଏନଇଇଟି) ନିର୍ବିଘ୍ନରେ ଶେଷ କରିବା ଲାଗି ପ୍ରଥମ ଥର ଉପସାଗରୀୟ କ୍ଷେତ୍ରର କ୍ୱେତ୍‌ ଓ ଦୁବାଇରେ ନୂଆ କେନ୍ଦ୍ର  ହେବ ବୋଲି ଘୋଷଣା କରିଛନ୍ତି। ଫଳରେ ଉପସାଗରୀୟ ଦେଶମାନଙ୍କରେ ରହୁଥିବା ପ୍ରବାସୀ ଭାରତୀୟ (ଏନଆରଆଇ) ଅଭିଭାବକଙ୍କ ପିଲାଙ୍କୁ ଆଉ ତରବରିଆ ଅନ୍ତର୍ଜାତୀୟ ଯାତ୍ରା କରିବାକୁ ପଡିବ ନାହିଁ।

{"id":489328,"sizeSlug":"full","linkDestination":"none"}

ଓଭରସିଜ୍ ଏଲେନ୍‌ କ୍ୟାରିୟର ଇନିଷ୍ଟିଚ୍ୟୁଟ୍‌ର ଉଦ୍ୟମ ତଥା ଲୋକସଭା ବାଚସ୍ପତି ଓମ ବିରଳା ଓ ଅନ୍ୟମାନଙ୍କ ସମର୍ଥନରେ ଚଳିତବର୍ଷରୁ ଦୁବାଇ ଓ କ୍ୱେତ୍‌ରେ ଏନଇଇଟି ପରୀକ୍ଷା ଅନୁଷ୍ଠିତ ହେବ। ଏଲେନ୍‌ ଓଭରସିଜଙ୍କ ଏମଡି କେଶବ ମାହେଶ୍ୱରୀଙ୍କ ଅନୁସାରେ ଉପସାଗରୀୟ ଦେଶମାନଙ୍କରେ ଅନେକ ଭାରତୀୟ ପରିବାର ବସବାସ କରୁଛନ୍ତି, ଯେଉଁମାନଙ୍କ ସନ୍ତାନସନ୍ତତି ପ୍ରତିବର୍ଷ ଭାରତୀୟ ମେଡିକାଲ କଲେଜମାନଙ୍କରେ ପାଠ ପଢିବା ଲାଗି ଆବେଦନ କରୁଛନ୍ତି। ଏପରି ଛାତ୍ରଛାତ୍ରୀଙ୍କ ଲାଗି ବିଶେଷ କୋଟା ମଧ୍ୟ ଆବଣ୍ଟିତ ରହିଛି।

{"id":489329,"sizeSlug":"full","linkDestination":"none"}

ତେବେ ସାରା ବିଶ୍ୱରେ ଜାରି କୋଭିଡ-୧୯ ସମସ୍ୟାରେ ନିଟ୍-ୟୁଜି ପରୀକ୍ଷା ଲାଗି କେନ୍ଦ୍ରର ଉପଲବ୍ଧତା ସମାଧାନ ଲାଗି ଗଲ୍ଫ ଦେଶର ଛାତ୍ରଛାତ୍ରୀମାନେ ଏଲେନ ସହ ପରାମର୍ଶ କରି ସମସ୍ୟାର ସମାଧାନ ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ଟିମ୍‌ ଏଲେନ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବେଳେ ଲୋକସଭା ବାଚସ୍ପତିଙ୍କୁ ଗଲ୍ଫ କ୍ଷେତ୍ରରେ ନିଟ୍-ୟୁଜି ପରୀକ୍ଷା କେନ୍ଦ୍ର କରିବା ଲାଗି ନିବେଦନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.