Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଦେଶରେ ପ୍ରଥମଥର ପାଇଁ ଏହି ଆସନରେ ୩ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

11/03/2019 at 1:53 PM

ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ଜାମ୍ମୁ କାଶ୍ମୀର ଅନନ୍ତନାଗ ଲୋକସଭା ଆସନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି | ସମ୍ଭବତଃ ପ୍ରଥମଥର ପାଇଁ କୌଣସି ଗୋଟିଏ ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ଅନନ୍ତନାଗ ଆସନରେ ସୁରକ୍ଷା କାରଣରୁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ନିଷ୍ପତ୍ତି ନିଆଯାଇଛି |


କିଛି ଦିନ ପୂର୍ବରୁ ନିର୍ବାଚନ ଆୟୋଗର ଗୋଟିଏ ଟିମ ସୁରକ୍ଷା ସମ୍ପର୍କିତ ଖବର ନେବା ପାଇଁ ଅନନ୍ତନାଗ ଗସ୍ତରେ ଯାଇଥିଲେ | ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବୋଲି ନିଷ୍ପତ୍ତି ନେଇଥିଲେ ଆୟୋଗ | ଦକ୍ଷିଣ କାଶ୍ମୀରର ଅନନ୍ତନାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଅଞ୍ଚଳ | ୨୦୧୪ ମସିହା ମେହବୁବା ମୁଫତି ସେହି ଅଂଚଳରୁ ସାଂସଦ ନିର୍ବାଚିତ ହୋଇଥିଲେ | ଅନନ୍ତନାଗ ସବୁଠାରୁ ଅଧିକ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ |


ଅନନ୍ତନାଗ ଆସନରେ ୩ୟ, ୪ଥ ଏବଂ ୫ମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୨୩ ତାରିଖ, ୨୯ ତାରିଖ ଏବଂ ମେ ୬ ତାରିଖରେ ଭୋଟ ଗ୍ରହଣ ହେବ | ୨୩ ତାରିଖରେ ଅନନ୍ତନାଗ ଆସନରେ ଅନନ୍ତନାଗ ଜିଲ୍ଲା, ୨୯ ତାରିଖରେ କୁଲଗାମ ଜିଲ୍ଲା ଏବଂ ମେ ୬ ତାରିଖରେ ସୋପିଆନ ଏବଂ ପୁଲୱାମାରେ ଭୋଟ ଗ୍ରହଣ ହେବ |


ଜାମ୍ମୁ କାଶ୍ମୀରରେ ଲୋକସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ହେବାର ଥିଲା କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି | ଏହି ନିଷ୍ପତ୍ତି ପରେ ନ୍ୟାସନାଲ କନଫରେନ୍ସ ଦଳ ଏବଂ ପିପୁଲ୍ସ ଡେମୋକ୍ରାଟିକ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି |
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁହଲ୍ଲା କହିଛନ୍ତି ଯେ, ପାକିସ୍ତାନ, ଆତଙ୍କବାଦୀ ଏବଂ ବିଛିନ୍ନତାବାଦୀ ନେତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି | ମେହବୁବା ମୁଫତି କହିଛନ୍ତି ଜାମ୍ମୁ କାଶ୍ମୀରରେ କେବଳ ଲୋକସଭା ନିର୍ବାଚନ କରାଯିବ ନିଷ୍ପତ୍ତି ଭାରତ ସରକାରଙ୍କ କୂଟନୀତି |


ରାଜ୍ୟର ବର୍ତମାନ ସ୍ଥିତିରେ ସୁରକ୍ଷା କାରଣରୁ ସେଠାରେ ଏକାଥରେ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନ କରିବା ସମ୍ଭବ ନୁହେଁ | ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ହମଲା ପରେ ପ୍ରଶାସନ ଆଲର୍ଟ ହୋଇଯାଇଛନ୍ତି | ଫଳରେ ସିମବର୍ତ୍ତୀ ଅଞ୍ଚଳ ସମେତ ପୁରା ରାଜ୍ୟରେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ଜରୁରୀ ଉପାୟ ଅବଲମ୍ବନ କରିଛନ୍ତି | ଦୁଇଟି ନିର୍ବାଚନ ଏକାଥରେ କରିବା ଦ୍ୱାରା ନାଗରିକଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପଡିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ମୁଖ୍ୟ ସୁଶୀଲ କୁମାର | ସେ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି ଏବଂ ଏଥିରେ ଆଉ କୌଣସି ପରିବର୍ତନ ହେବ ନାହିଁ |

   Related Posts