Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଔଷଧର ଭଣ୍ଡାର ଗଧ ଖୀର ! ହିସାରରେ ସ୍ଥାପିତ ହେବାକୁ ଯାଉଛି ଦେଶର ପ୍ରଥମ ଡାୟେରି ଫାର୍ମ

8/08/2020 at 3:50 PM

ହିସାର ୮।୮: ହୁଏତ ଆପଣ ବିଶ୍ୱାସ କରିନପାରନ୍ତି ହେଲେ ଗଧ ଖୀର ଔଷଧର ଭଣ୍ଡାର । ଗୁଜରାଟରେ ମିଳୁଥିବା ହିଲାରୀ ପ୍ରଜାତି ଗଧର ଖୀରରେ ଏପରି ଔଷଧିୟ ଗୁଣ ରହିଛି ଯାହା କର୍କଟ, ପୃଥୁଳତା  ଓ ଏଲାର୍ଜୀ ଭଳି ଶାରୀରିକ ସମସ୍ୟା ଲାଗି ମଣିଷ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି। ଖାସ ଏଥିଲାଗି ଏହି ଗଧ ଖୀର ଲିଟର ପିଛା ୨ରୁ ୭ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏଣୁ ହିସାରସ୍ଥିତ ଜାତୀୟ ଅଶ୍ୱ ଗବେଷଣା କେନ୍ଦ୍ର (ଏନଏଚ୍ଆରସି) ପ୍ରଥମ କରି ଗଧ ଡାୟରି ଫାର୍ମ ସ୍ଥାପନା କରିବାକୁ ଯାଉଛନ୍ତି।

ଏଥିଲାଗି ଏନଏଚଆରସି କିଛି ହିଲାରୀ ପ୍ରଜାତିର ଗଧ ଆଣି ରଖିଥିଲେ। ଏବେ ସେମାନଙ୍କର ବ୍ରିଡିଂ କରାଯାଇଥିବା ବେଳେ ଡାୟରି ଫାର୍ମ ସ୍ଥାପନା ଲାଗି ପଦକ୍ଷେପ ନିଆଯାଉଛି। ଏପରି ଗଧଙ୍କ ଖୀର କେବଳ ଖାଦ୍ୟ ନୁହେଁ ବ୍ୟୁଟି ପ୍ରଡକ୍ଟ ଉତ୍ପାଦନ ଲାଗି ମଧ୍ୟ ବ୍ୟବହାର ହେଉଛି। ଏଣୁ  ଏହି ଖୀରର ମୂଲ୍ୟ ଯଥେଷ୍ଟ ଅଧିକ।

ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବରିଷ୍ଠ ବୈଜ୍ଞାନିକ ଡା.ଅନୁରାଧା ଭରଦ୍ୱାଜଙ୍କ ଅନୁସାରେ କେବେ କେବେ ଗାଈ ଅଥବା ମଇଁଷି ଖୀର ପିଲାଙ୍କ ଠାରେ ଏଲର୍ଜୀ ସୃଷ୍ଟି କରିଥାଏ। ତେବେ ଗଧ ଖୀର କେବେବି ଏଲର୍ଜୀ କରେ ନାହିଁ। ଶିଶୁଙ୍କ ଲାଗି ଏହା ଏକ ପୈଷ୍ଟିକ ଆହର ହୋଇଥିବା ବେଳେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ଏହି ଖୀରରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଏଜିନ୍‌ ଭରି ରହିଛି। ଯାହା ମଣିଷ ଶରୀରକୁ ଅନେକ ଗୁରୁତର ରୋଗ ବିରୋଧରେ ଲଢିବାକୁ କ୍ଷମତା ପ୍ରଦାନ କରିଥାଏ। 

ଗଧ ଖୀରକୁ ନେଇ ଏବେ ଅଧିକ ଗବେଷଣା କରାଯାଉଛି। ଏହି ଖୀରରେ ନାମକୁ ମାତ୍ର ଫ୍ୟାଟ୍ ରହୁଥିବା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡା. ୟଶପାଲ କହିଛନ୍ତି। ତେବେ ଗଧ ଖୀରରୁ ଡା. ଅନୁରାଧା ପ୍ରଥମ କରି ବ୍ୟୁଟି ପ୍ରଡକ୍ଟର ପରିକଳ୍ପନା କରିଥିଲେ। ତାଙ୍କ ପ୍ରଦତ୍ତ ବୈଷୟିକ ଜ୍ଞାନକୌଶଳରେ କେରଳର ଏକ ଫାର୍ମ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ଉତ୍ପାଦନ କରୁଥିବା ବେଳେ ଏଥିରେ ସାବୁନ, ଲିପ୍ ବାମ୍‌ ଓ ବଡି ଲୋସନ ଆଦି ପ୍ରସ୍ତୁତ କରାଯାଉଛି।  

   Related Posts