Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୧୬୦୦ ବର୍ଷରେ ପ୍ରଥମ ଥର ଅମଡ଼ା ମାଡ଼ି ଓଡ଼ିଶା ଉପକୂଳକୁ ଆସିଥିଲା ’ଜୱାଦ’, ଆଗକୁ ହେବନିତ Cyclone Track !

7/12/2021 at 5:54 PM

ଭୁବନେଶ୍ୱର ୭।୧୨:  ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଜୱାଦ’ ପଶ୍ଚିମବଙ୍ଗ ରାସ୍ତାରେ ପାର କରିଯାଇଛି। ତେବେ ପଛରେ ଭାବିକୁ ଛାଡିଯାଇଛି ଅନେକ କିଛି। ଡିସେମ୍ବର ପ୍ରଥମ ସପ୍ତାହର ପ୍ରଥମ ଦିନରେ ଲଘୁଚାପ ଘନିଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିଥିଲେ। ତା ପରଠାରୁ ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏହା ଆଇଏମଡିଙ୍କ ଆକଳିତ ରାସ୍ତାରେ ସ୍ଥଳଭାଗ ଅତିକ୍ରମ କରିଛି। ତେବେ ବଙ୍ଗୋପସାଗରରେ ନିୟମିତ ସୃଷ୍ଟି ହେଉଥିବା ସାଧାରଣ ଲଘୁଚାପ ନଥିଲା ଜୱାଦ। ଏଣୁ ପଛରେ ପାଣିପାଗ ବିଶେଷଜ୍ଞଙ୍କ ଲାଗି ଛାଡିଯାଇଛି ଅନେକ ଅସମାହିତ ପ୍ରଶ୍ନ, ଜାଣନ୍ତୁ କାହିଁକି ? 

ଅସ୍ୱଭାବିକ ଟ୍ରାକ୍‌ରେ ଓଡ଼ିଶା ଉପକୂଳକୁ ପହଞ୍ଚିବାରେ ପ୍ରଥମ ଓ ବିରଳ ଘୂର୍ଣ୍ଣିବାତ୍ୟା
କୁହାଯାଉଛି ୧୬୦୦ ବର୍ଷରେ ପ୍ରଥମ ଥର ପଶ୍ଚିମ ପ୍ରଶାନ୍ତ ମହାସାଗର (ଡବ୍ଲୁପି) ବେସିନରୁ ଏକ ଅସ୍ୱଭାବିକ  ଟ୍ରାକ୍‌ ଧରି ଓଡ଼ିଶା ଉପକୂଳକୁ ପହଞ୍ଚିବାରେ ପ୍ରଥମ ତଥା ଏକ ବିରଳ ଘୂର୍ଣ୍ଣିବାତ୍ୟା ଥିଲା ଜୱାଦ। ୱେଦର ବ୍ଲଗରମାନେ ଏହାକୁ ଏକ କ୍ୟାଟଗରୀ-୨ଶ୍ରେଣୀୟ (ସାଇକ୍ଲୋନ ୦୩ବି) ବୋଲି ଅନୁମାନ କରୁଥିବା ବେଳେ ୧୯୮୧ ମସିହାରେ ବେଙ୍ଗଲକୁ ପହଞ୍ଚିଥିବା ଏକ ବାତ୍ୟା ଭଳି ଆକଳନ କରୁଥିଲେ। ବଙ୍ଗୋପସାଗରରେ ସୃଷ୍ଚି ହୋଇଥିବା ଏହି ବାତ୍ୟା ସେତେବେଳେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ହେଲେ ଜୱାଦ ପ୍ରଭାବରେ ସେପରି କିଛି ହୋଇ ନାହିଁ। 

ଜୱାଦ କ୍ଷେତ୍ରରେ ପ୍ରତିକ୍ରିୟା ଦେଖାଇନଥିଲା ପ୍ରକୃତି
ତେବେ ଯେଉଁ ସମୟରେ ଜୱାଦ ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହେଲା ସେତେବେଳେ କେନ୍ଦ୍ର ଭାରତରେ ଆଣ୍ଟିସାଇକ୍ଲୋନ ସକ୍ରିୟ ରହିବା ସହ ଅନ୍ୟ ପ୍ରାକୃତିକ ପ୍ରଣାଳୀ ମଧ୍ୟ ସ୍ୱଭାବିକ ଥିଲା।  ଯାହା ଭାରତୀୟ ପାଣିପାଗର ଏକ ପ୍ରାକୃତିକ ପ୍ରକ୍ରିୟା। ୱେଷ୍ଟର୍ଣ୍ଣଡିଷ୍ଟର୍ବାନ୍ସର ଅନୁପସ୍ଥିତିରେ ଯଦି ସମୁଦ୍ରରେ ଏପରି କିଛି ପ୍ରଣାଳୀ ସୃଷ୍ଟି ହୁଏ ଏହି ପ୍ରକ୍ରିୟା ପ୍ରତିକ୍ରିୟା ଦେଖାଇଥାଏ। ଏହାର ଉତ୍ତର-ପୂର୍ବ(ଏନଇ) ପ୍ରବାହ ଦକ୍ଷିଣରେ ସୃଷ୍ଚ କୌଣସି ଲଘୁଚାପକୁକୁ ଧକ୍କା ଦେଇଥାଏ। ତେବେ ଜୱାଦ କ୍ଷେତ୍ରରେ କିନ୍ତୁ ଏହା ହୋଇ ନଥିଲା ଓ ଏହା କ୍ରମଶଃ ଓଡ଼ିଶା ଉପକୂଳକୁ ମୁହାଁଇଥିଲା।

୧୦୦ଟି ଘୂର୍ଣ୍ଣି ବାତ୍ୟାରେ ଜୱାଦ ଏକ ବିରଳଓ ବ୍ୟତିକ୍ରମ
ବଙ୍ଗୋପସାଗରରେ ଉତ୍ପତି ହୋଇଥିବା ୧୦୦ଟି ଘୂର୍ଣ୍ଣି ବାତ୍ୟାରେ ଜୱାଦ ଏକ ବିରଳଓ ବ୍ୟତିକ୍ରମ ଥିଲା। ତେବେ ଏହି ବ୍ୟତିକ୍ରମକୁ ବୁଝିବାକୁ ହେଲେ ଆମ ପାଣିପାଗର ଦୁଇଟି ବିଶେଷତାକୁ ବୁଝିବାକୁ ହେବ, ଯାହା ଏହି ସମୟରେ ବାତ୍ୟାକୁ ପ୍ରଭାବିତ କରିଥାଏ। ଏଥିରେ ପ୍ରଥମଟି ହେଉଛି ଉଷ୍ଣ କଟିବନ୍ଧିୟ ବାଡ (ସବଟ୍ରପିକାଲ ରିଜ୍) । ଯାହା ଭାରତୀୟ ଉପମହାଦ୍ୱୀପର ମଧ୍ୟ୍ୟବର୍ତ୍ତି ସ୍ଥାନରେ ସୃଷ୍ଟି ହେଉଥିବା ଆଣ୍ଟି ସାଇକ୍ଲନ ବ୍ୟବସ୍ଥା। ଦେଶରେ ଶୀତ ଋତୁରେ ଉଚ୍ଚ ଚାପର ଏହି ରିଜ ଦକ୍ଷିଣକୁ ପ୍ରସରିବା ସହ ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀକୁ  ମଜଭୁତ ଅଥବା ଦୁର୍ବଳ କରିଥାଏ। 

ସେହିପରି ଦ୍ୱିତୀୟ କାରଣଟି ହେଲା ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସ (ଡବ୍ଲୁଡି) । ଏହା ସାଧାରଣତଃ ଏକ ନିମ୍ନ ଅବପାତ( ଲୋ ଡିପ୍ରେସନ) ଯାହା ଟ୍ରପିକାଲ ରିଜ୍‌କୁ ଅନୁସରଣ କରି ପଶ୍ଚିମରୁ ପୂର୍ବକୁ ଦ୍ରୁତ ଅଗ୍ରସର ହେବା ସାଙ୍ଗକୁ ହିମାଳୟରେ ତୁଷାରପାତ କରାଇଥାଏ।  ଯଦି ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଉଚ୍ଚ ଅକ୍ଷାଂଶରେ ଥାଏ ଉତ୍ତର-ପଶ୍ଚିମ ଭାରତ ଉପଉଷ୍ଣକଟିବନ୍ଧିୟ ରିଜ  ପୂର୍ବ ଦିଗକୁ ଧକ୍କା ଦିଏ।   ଏହି ସମୟରେ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପକୁ ପଶ୍ଚିମକୁ ନେଇ ଯାଇ ଆନ୍ଧ୍ରଉପକୂଳରେ ପହଞ୍ଚାଇଥାଏ।

ତେବେ ଜୱାଦ କ୍ଷେତ୍ରରେ ଏହା ହୋଇନାହିଁ। ଦକ୍ଷିଣ ଆଣ୍ଡାମାନ ସାଗରରେ ଜୱାଦ ଦାନାବାନ୍ଧିବା ପୂର୍ବ ଓ ପରବର୍ତ୍ତି ପରିବେଶ ପ୍ରକୃତି ଅନୁରୂପ ଥିଲା। ତେବେ ବିରଳ ପ୍ରାକୃତିକ ପ୍ରତିକ୍ରିୟାରେ ବାତ୍ୟାକୁ ଉପରକୁ ଉଠାଇ ତାର ନିର୍ଦ୍ଧାରିତ ମାର୍ଗରେ ନେଇଯାଇଛି। ଏଥିଯୋଗୁ ଯଦିଓ ପ୍ରବଳ ବର୍ଷା ହୋଇଛି ହେଲେ ଏଥିରୁ ଆଶଙ୍କା କରାଯାଉଥିବା ବାତ୍ୟା ପ୍ରବାହୀତ ହୋଇ ନାହିଁ।

କିପରି ହେଲା ସମ୍ଭବ?
ତେବେ ଜୱାଦ ଲାଗି ପ୍ରକୃତି ଏକ ‘କଲ ରିଜିୟନ’ ସୃଷ୍ଟି କରିଥିଲା ବୋଲି ୱେଦର ବ୍ଲଗରମାନେ ଆକଳନ କରିଛନ୍ତି।  ଏପରି କ୍ଷେତ୍ର ୨ଟି ଆଣ୍ଟି ସାଇକ୍ଲୋନ ମିସି ସୃଷ୍ଟି କରନ୍ତି।  ମଝି ସମୁଦ୍ରରୁ ଏପରି କୌଣସି ଘୂର୍ଣ୍ଣିବାତ୍ୟାକୁ ପୂର୍ବ ହିମାଳୟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଶକ୍ତି ଯଥେଷ୍ଠ। ତେବେ ଏ କ୍ଷେତ୍ରରେ ମଧ୍ୟ ଭାରତକୁ ଆଗେଇବା ଲାଗି ଆରବ ଉଚ୍ଚ ଚାପ ପଶ୍ଚିମ ଦିଗକୁ ଅଗ୍ରସର ହୁଏ। ଜୱାଦ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା। କେନ୍ଦ୍ରୀୟ ଭାରତକୁ ଆରବ ଚାପ ମୁହାଁଇବା ୨ଟି ଆଣ୍ଟି ସାଇକ୍ଲୋନ ମଧ୍ୟରେ  କଲ ରିଜିୟନ ସୃଷ୍ଟି  କରିଥିଲା। ଏଥିରେ ସବଟ୍ରପିକାଲ ରିଜ୍ ଅନୁସରଣ କରି ବାତ୍ୟା ଓଡିଶା ପଟକୁ ମୁହାଁଇଥିଲା। ଏଠାରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ହିଁ କାମ ଦେଖାଇଲା । ବାତ୍ୟା ୨ଟି ଆଣ୍ଟି ସାଇକ୍ଲନ ମଧ୍ୟରେ ୧୮୦ଡିଗ୍ରି ପୂର୍ବ ଆଣ୍ଟିସାଇକ୍ଲୋନ ଆଡକୁ ମୋଡି ହେବାମାତ୍ରେ ଉପସ୍ଥିତ ୱେଷ୍ଟ୍ରଣ୍ଣ ଡିଷ୍ଟର୍ବାନ୍ସରେ ଝୁଲି ବାହାରକୁ ଚାଲିଯାଇଛି।

ଏବେ ଚିନ୍ତା କାହିଁକି ?
ତେବେ ବାତ୍ୟା ତ ଯାଇସାରିଛି, ଏବେ ଏହାକୁ ନେଇ ଆଉ ଚିନ୍ତା କରିବାର କାରଣ ନାହିଁ। ଏହି ବାତ୍ୟା ଯୋଗୁ ଯେପରି ପ୍ରଳୟର ଅନୁମାନ କରାଯାଉଥିଲା ତାର କାଣିଚାଏ ବି ହୋଇନି।  ହେଲେ ଚିନ୍ତାର କାରଣ ହେଉଛି ଏହାର ମୂଳ ଉତ୍ପତି ସ୍ଥଳ । ଏହି ଘୂର୍ଣ୍ଣିବାତ୍ୟା ପଶ୍ଚିମ ପ୍ରଶାନ୍ତ ମହାସାଗର(ଡବ୍ଲୁପି)ରେ ସୃଷ୍ଟି ହୋଇଥିଲା। ସେଠାରୁ ଥାଇଲ୍ୟାଣ୍ଡ ଓ ପରେ ଦିକ୍ଷିଣ ଆଣ୍ଡାମାନ ସାଗରକୁ ଆସିବା। ଏମିତିରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବାର୍ଷିକ ଏପରି ଶହଶହ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ।  ହେଲେ କଦବା କ୍ୱଚିତ ଭାରତ ସମୁଦ୍ରକୁ ଆସେ। ତେବେ ପରିବର୍ତ୍ତିତ ପାଣିପାଗରେ ଜୱାଦ ଆଗାମୀ ଘୂର୍ଣ୍ଣିବାତ୍ୟାଗୁଡିକ ଲାଗି ଭାରତୀୟ ଉପମହାଦେଶ ନିମନ୍ତେ ପଥ ପ୍ରଦର୍ଶକ ହେବନିତ ? ଯାହା ଏବେ ପାଣିପାଗ ବିଷାରଦଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ବିଶ୍ୱନାଥ ଜେନା/

   Related Posts