ବଲାଙ୍ଗୀର ଜିଲ୍ଲାରେ ପ୍ରଥମଥର ଆରମ୍ଭ ହେବ ଫିଲ୍ମ ଓ୍ବାର୍କସପ: ବିଭିନ୍ନ ବିଭାଗରେ ଦିଆଯିବ ତାଲିମ

Published By : Prameya-News7 Bureau | January 14, 2021 IST

ବଲାଙ୍ଗୀର୧୪/୧:  ବଲାଙ୍ଗୀର ଜିଲ୍ଲାରେ  ପ୍ରଥମ ଥର ପାଇଁ ଆରମ୍ଭ ହେବ ଫିଲ୍ମକୁ ନେଇ ଓ୍ବାର୍କସପ। ଆସନ୍ତା ୨୯ ,୩୦  ଓ ୩୧ ତାରିଖ ପର୍ଯ୍ୟନ୍ତ ହେବ ଏହି ଓ୍ବାର୍କସପ। ଏକ୍ଟିଙ୍ଗ, ସ୍କିନିଙ୍ଗ, ସହ ଫିଲ୍ମକୁ ନେଇ ବିଭିନ୍ନ ବିଭାଗରେ ଦିଆଯିବ ତାଲିମ। ତେବେ ମୁମ୍ବାଇ ଭଳି ସ୍ଥାନରେ ବିଭିନ୍ନ ଚଳଚ୍ଚିତ୍ର ସହ ବିଭିନ୍ନ ବିଭାଗରେ କାମ କରିଥିବା    ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ପ୍ରୟୋଜକ ଶ୍ରୀୟସ ପୁରୋହିତଙ୍କ ଦ୍ବାରା ତାଲିମ ଦିଆଯିବ।

ତେବେ ଏ ତାଲିମ ଶିବିରରେ ପଶ୍ଚିମ ଓଡିଶାର ବିଭିନ୍ନ କ୍ଷେତ୍ରରେ ଫିଲ୍ମ କିମ୍ବା ଆଲବମ୍‌ କିମ୍ବା ଧାରାବାହିକ ଚଳଚ୍ଚିତ୍ରରେ କାମ କରିଥିବା କିମ୍ବା ଏକ୍ଟିଙ୍ଗ କରିଥିବା କିମ୍ବା ଅଭିନୟ ପ୍ରତି ପ୍ରତି ରୁଚି ରଖିଥିବା କଳାକାରଙ୍କ ପାଇଁ ସୁଯୋଗ ରହିଛି। ତା ସହ ଆଗାମୀ ଦିନରେ ବଡମା ନାମକ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଥିବା ବେଳେ ସେହି ଫିଲ୍ମରେ କଳାକାରଙ୍କୁ ଏ ଓ୍ବାର୍କସପରୁ ବଛା ବୋଲି ମଧ୍ୟ ଘୋଷଣା କରିଛନ୍ତି ପ୍ରୟୋଜକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.