Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

୩୭୦ ଉଚ୍ଛେଦ ପରେ ପ୍ରଥମ ଥର କାଶ୍ମୀର ଗସ୍ତକଲେ ବୈଦେଶିକ ପ୍ରତିନିଧି ଦଳ

29/10/2019 at 11:15 PM

କାଶ୍ମୀର ଗସ୍ତରେ ୟୁରୋପୀୟ ସଂଘର ସଂସଦୀୟ ଦଳ।  ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟକୁ ପ୍ରଥମଥର କୌଣସି ବୈଦେଶିକ ପ୍ରତିନିଧି ମଣ୍ଡଳୀକୁ କାଶ୍ମୀର ଯିବା ଲାଗି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ୟୁରୋପର ବିଭିନ୍ନ ଦେଶର ୨୭ ଜଣିଆ ସଂସଦୀୟ ଦଳ ପ୍ରଥମେ ନୂଆ ଦିଲ୍ଲୀରେ ପହଞ୍ଚି ପରେ ଶ୍ରୀନଗର ଗସ୍ତରେ ଯାଇଥିଲେ।

ତେବେ ୪ ଜଣ ପ୍ରତିନିଧି କାଶ୍ମୀର ଗସ୍ତ ନ କରି ସ୍ୱଦେଶ ଫେରିଯାଇଛନ୍ତି।  ବିନା ପୋଲିସ ସୁରକ୍ଷାରେ କାଶ୍ମୀର ଗସ୍ତରେ ଯିବା ଲାଗି ଏମାନେ ଜିଦି ଧରିଥିବା ବେଳେ କେନ୍ଦ୍ରସରକାର ସେମାନଙ୍କୁ ଅନୁମତି ଦେଇନଥିଲା।  ଏଣୁ  କେବଳ  ୨୩ ଜଣ ପ୍ରତିନିଧି ପହଞ୍ଚିଛନ୍ତି ଶ୍ରୀନଗର। ସେଠାରେ ସେମାନେ ସ୍ଥାନୀୟ ଅଧିବାସୀଙ୍କ  ସହିତ ଆଲୋଚନା କରିଛନ୍ତି। ଏଥିସହିତ ଡାଲ ହ୍ରଦରେ ମଧ୍ୟ  ନୌଯାତ୍ରା କରିଛନ୍ତି। 

ଏହି ପ୍ରତିନିଧି ମଣ୍ଡଳୀର କାଶ୍ମୀର ଗସ୍ତ କେବଳ ପ୍ରଚାର ସର୍ବସ୍ୱ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।  କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯଦି ବିଦେଶୀ ସାଂସଦଙ୍କୁ କାଶ୍ମୀର ଯିବା ଲାଗି ଅନୁମତି ଦିଆଯାଉଛି ତେବେ ଭାରତୀୟ ସାଂସଦଙ୍କୁ ଯିବା ଲାଗି କାହିଁକି ଅନୁମତି ଦିଆଯିବନି।

   Related Posts