ଶହେ ବର୍ଷପରେ ପ୍ରଥମ ଥର ୨ ଦିନରେ ଇଂଲଣ୍ଡକୁ ମିଳିଲା ପରାଜୟ, ଜାଣନ୍ତୁ କଣ ରହିଛି ତୃତୀୟ ଟେଷ୍ଟରେ ରେକର୍ଡ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨: ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ୍‌ ଦୁଇଦିନରେ ଶେଷ ହୋଇଯାଇଛି । ଇଂଲଣ୍ଡ ଟିମ୍‌କୁ ଭାରତ ହାତରେ ୧୦ ୱିକେଟ୍‌ ବଦଳରେ ପରାଜୟବରଣ କରିବାକୁ ପଡ଼ିଛି । ୧୯୨୧ ମସିହାପରେ ପ୍ରଥମ କରି ଇଂଲଣ୍ଡ ଦୁଇଦିନ ଭିତରେ ଟେଷ୍ଟ ମ୍ୟାଚ୍‌ ହାରିଛି ।

ଶହେ ବର୍ଷପୂର୍ବରୁ ଅଷ୍ଟ୍ରେଲିଆ ଦୁଇ ଦିନରେ ଇଂଲଣ୍ଡ ଦଳକୁ ମାତ୍‌ ଦେଇଥିଲା । ଏଥିସହିତ ଟେଷ୍ଟ କ୍ରିକେଟ୍‌ର ଇତିହାସରେ ୨୨ତମ ଥର କୌଣସି ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଥିଲା । ପ୍ରଥମେ ୧୮୮୨ରେ ଆୱଲ୍‌ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଦୁଇ ଦିନ ଭିତରେ ଇଂଲଣ୍ଡ ଦଳକୁ ହରାଇଥିଲା ।

୧୯୨୧ରେ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ଗ୍ରସ୍ତରେ ରହିଥିଲେ । ସେତେବେଳେ ନଟିଂହାମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଦୁଇଦିନରେ ସମାପ୍ତ ହୋଇଯାଇଥିଲା । ଅଷ୍ଟ୍ରେଲିଆ ୨୮ ରନ୍‌ ଲକ୍ଷ୍ୟକୁ ବିନା କୌଣସି ୱିକେଟ୍‌ ହରାଇ ଜିତି ନେଇଥିଲା । ଇଂଲଣ୍ଡ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ଦଳ ପ୍ରଥମ ପାଳିରେ ୧୧୨ ଏବଂ ଦ୍ୱିତୀୟ ପାଳିରେ ୧୪୭ ରନ୍‌ କିରଥିଲା । ଏହାର ଜବାବ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ହିଁ ୨୩୨ ରନ୍‌ କରିଥିଲା ।

ତେବେ ଭାରତ ଦ୍ୱିତୀୟ ଥର କୌଣସି ଟେଷ୍ଟ ମ୍ୟାଚ୍‌କୁ ଦୁଇଦିନରେ ଜିତି ଯାଇଛି । ୨୦୧୮ରେ ଆଫଗାନିସ୍ତାନ ଦଳ ବେଙ୍ଗାଲୁରୁରେ ନିଜ ଟେଷ୍ଟ ଇତିହାସର ପ୍ରଥମ ମ୍ୟାଚ୍‌ ଖେଳିଥିଲା । ଭାରତ ଏହି ଟେଷ୍ଟ୍‌ ମ୍ୟାଚ୍‌କୁ ଦୁଇଦିନ ପାଳିରେ ୨୬୨ ରନ୍‌ରେ ଜିତି ନେଇଥିଲା । ଭାରତ ପ୍ରଥମ ପାଳିରେ ୪୭୪ରନ୍‌ କରିଥିଲା । ଯାହାର ଜବାବ୍‌ରେ ଆଫଗାନିସ୍ତାନ ଦଳ ପ୍ରଥମ ପାଳିରେ ୧୦୯ ଏବଂ ଦ୍ୱିତୀୟ ପାଳିରେ ୧୦୩ ରନ୍‌ କରିପାରିଥିଲା ।          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.