Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଲାଲକିଲ୍ଲା ନିକଟରେ ଇନ୍ଦିରା ଗାନ୍ଧି ପୋତିଥିଲେ ଦେଶର ପ୍ରଥମ Time Capsule, ଆଜି ବି ରହସ୍ୟରେ ତଥ୍ୟ

27/07/2020 at 4:07 PM

ନୂଆଦିଲ୍ଲୀ ୨୭।୭: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପୂର୍ବରୁ ନିଅଁର ୨୦୦ ଫୁଟ ତଳେ ଟାଇମ୍‌ କ୍ୟାପସୁଲ ପୋତାଯିବ। ଭବିଷ୍ୟତରେ ମନ୍ଦିର ସମ୍ପର୍କିତ ତଥ୍ୟକୁ ନେଇ ଯେପରି କୌଣସି ବିବାଦ ନ ଉପୁଜେ। ଯଦି ସେପରି କୌଣସି ପରିସ୍ଥତି ଉପଜେ ତେବେ ଏହା ହେବ ଇତିହାସର ସାକ୍ଷୀ।  ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ମଧ୍ୟ ଏପରି ଏକ ଟାଇମ୍‌ କ୍ୟାପସୁଲ ଅତୀତରେ ଲାଲକିଲ୍ଲା ନିକଟରେ ପୋତି ଥିବା ଜଣାପଡିଛି। ଯାହାକୁ ସେତେବେଳେ ସେ ‘କାଳପତ୍ର’ ନାମରେ  ନାମିତ କରିଥିଲେ।

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଟାଇମ୍ କ୍ୟାପସୁଲ ନେଇ ଦେଶରେ ଚର୍ଚ୍ଚା ଆରମ୍ଭ ହେବା ପରେ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପ୍ରଫେସର ଆନନ୍ଦ ରଙ୍ଗନାଥନ ସୋମବାର ଏକ ଫଟୋ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।  ପ୍ରଫେସର ରଙ୍ଗନାଥନ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି କାଳପତ୍ର ୧୫ ଅଗଷ୍ଟ ୧୯୭୩ରେ ଲାଲକିଲ୍ଲା ନିକଟରେ ଶ୍ରୀମତୀ ଗାନ୍ଧି ପୋତି ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ କ’ଣ ରଖାଯାଇଛି ତାହା ଆଜି ବି ସାର୍ବଜନିକ ହୋଇ ନଥିବା ସେ ଉଲ୍ଲେଖ କରିଛନ୍ତି।

୧୯୭୦ ଦଶକରେ ଇନ୍ଦିରା ଦେଶର ଲୋକପ୍ରୀୟ ନେତ୍ରୀ ଥିଲେ। ତାଙ୍କ ନେତୃତ୍ୱରେ ଦେଶ ବିକାଶର ସିଡି ଚଢିବା ଆରମ୍ଭ କରିଥିଲା। କୁହାଯାଉଛି ଯେ ଇନ୍ଦିରା ଗାନ୍ଧି ପ୍ରମାଣ ସହିତ ଦେଶ ସ୍ୱାଧୀନତା ପରବର୍ତ୍ତି ୨୫ ବର୍ଷର ଘଟଣାକ୍ରମକୁ ଏହି ଟାଇମ କ୍ୟାପସୁଲରେ ସ୍ଥାନିତ କରିଛନ୍ତି। ଯେଉଁଥିପାଇଁ ସେ ଇଣ୍ଡିଆନ କାଉନସିଲ ଅଫ ହିଷ୍ଟ୍ରିକାଲ ରିସର୍ଚ୍ଚ (ଆଇସିଏଚଆର)ଙ୍କ ସହାୟତା ନେଇଥିଲେ। ଆଇସିଏଚଆର ଏଥିରେ ଅତୀତର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ସ୍ଥାନିତ କରିଥିବାର ଅନୁମାନ କରାଯାଏ।

ତେବେ ସେତେବେଳେ ଇନ୍ଦିରାଙ୍କ ଟାଇମ କ୍ୟାସୁଲକୁ ନେଇ ରାଜନୈତିକ ବିବାଦ ଉପୁଜିଥିଲା। ବିରୋଧୀ ଦଳ ଏଥିରେ ଇନ୍ଦିରା ତାଙ୍କ ପରିବାରକୁ ମହିମା ମଣ୍ଡିତ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ କରିଥିଲେ। ପରବର୍ତ୍ତି ସାଧାରଣ ନିର୍ବାଚନରେ ମୋରାର୍ଜୀ ଦେଶାଇଙ୍କ ସରକାର କ୍ଷମତାକୁ ଆସିଥିଲେ। ତାଙ୍କ ସରକାର କେନ୍ଦ୍ରରେ କ୍ଷମତା ସମ୍ଭାଳିଲେ ଇନ୍ଦିରା କାଳପତ୍ରରେ କ’ଣ ରଖିଛନ୍ତି ତାହା ସାର୍ବଜନିକ କରାଯିବ ବୋଲି ଦେଶାୟୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ମୋରାର୍ଜୀ ଦେଶାଇଙ୍କ ସରକାର ୧୯୭୭ ମସିହାରେ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ପରେ ଟାଇମକ୍ୟାସୁଲକୁ କଢାଇଥିଲେ। ଏହି କ୍ୟାପସୁଲ ସମ୍ପୂର୍ଣ୍ଣ ତମ୍ବାରେ ନିର୍ମିତ ହୋଇଥିବା ବେଳେ ୫ହଜାର ବର୍ଷ ଲାଗି ସୁନିଶ୍ଚିତ ଥିଲା। ଦେଶାୟୀ ସରକାର ଏହାକୁ ଖୋଲିଥିଲେ ବି ଏଥିରେ କ’ଣ ସବୁ ଥିଲା ସେ ନେଇ ତଥ୍ୟ ସାର୍ବଜନିକ କରିନଥିଲେ। ଏଣୁ ଇନ୍ଦିରାଙ୍କ କାଳପତ୍ରକୁ ନେଇ ଆଜି ବି ଦେଶ ଅନ୍ଧାରରେ ରହିଛି।

   Related Posts