ଏସବିଆଇର ଉପହାର : ଘର କିଣିବା ପାଇଁ ଦେଉଛି ୨.୬୭ ଲକ୍ଷ ଟଙ୍କା ରିହାତି !

Published By : Prameya-News7 Bureau | April 17, 2019 IST

ଭୁବନେଶ୍ୱର ୧୭/୪ : ଯଦି ଆପଣ ଘର କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ଖବରଟି ନିଶ୍ଚୟ ପଢନ୍ତୁ | ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଆପଣଙ୍କ ଘର କିଣା ସ୍ବପ୍ନକୁ ସାକାର କରିବା ପାଇଁ ନୂଆ ଅଫର ଆଣିଛି | ପ୍ରଥମଥର ପାଇଁ ନିଜ ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨.୬୭ ଲକ୍ଷ ଟଙ୍କାର ସବସିଡି ଦିଆଯାଉଛି | ଏହି ୨.୬୭ ଲକ୍ଷ ଟଙ୍କା ସବସିଡି ଆପଣଙ୍କ ଘର ଋଣର ସୁଧରେ ଦିଆଯିବ | ଅର୍ଥାତ ଆପଣଙ୍କ ନିଜ ଘର ଋଣର ସୁଧ ଉପରେ ଆପଣଙ୍କ ୨.୬୭ ଲକ୍ଷ ଦେବାକୁ ପଡ଼ିବନାହିଁ | ଏସବିଆଇ ଘର ଋଣ ସୁଧ ଦର ୮.୬୦ ପ୍ରତିଶତ |

{"id":104182}


ପୁରୁଣା ନିର୍ଦେଶ ୩ ଲକ୍ଷ ଟଙ୍କା ଆୟ କରୁଥିବା ଆର୍ଥିକ ଦୁର୍ବଳ ଏବଂ ୬ ଲକ୍ଷ ଟଙ୍କା ଆୟ କରୁଥିବା ସ୍ୱଳ୍ପ ଆମଦାନୀ ଗ୍ରୁପ ଏଲଆଇଜିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି | ସବସିଡି ପାଇଁ ୨ଟି ନୂଆ ସ୍ଲାବ ପ୍ରସ୍ତୁତ କରିବାପରେ ୧୨ ଲକ୍ଷ ଏବଂ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଯିବେ | ଋଣର ଓଲଟା ସବସିଡି ଦର ସମସ୍ତଙ୍କ ପାଇଁ ସମାନ | ୬.୫ ପ୍ରତିଶତ କ୍ରେଡିଟ ଲିଙ୍କ ସବସିଡି କେବଳ ୬ ଲକ୍ଷ ଟଙ୍କା ଋଣ ପାଇଁ ଉପଲବ୍ଧ | ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ୯ ଲକ୍ଷ ଟଙ୍କା ଋଣରେ ୪ ପ୍ରତିଶତ ସୁଧ ସବସିଡିର ଲାଭ ଉଠାଇ ପାରିବେ | ଏହିଭଳି ଭାବେ ବର୍ଷକୁ ୧୮ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ୩ ପ୍ରତିଶତ ସୁଧ ସବସିଡି ଲାଭ ଉଠାଇ ପାରିବେ | ଏହି ଋଣ ଛଡା ଆଉ କୌଣସି ଋଣରେ ଆପଣ ଏହି ଲାଭ ଉଠାଇ ପାରିବେ ନାହିଁ | ଅନ୍ୟ ସମସ୍ତ ଋଣ ହାର ଏବଂ ସୁଧ ହାର ପୂର୍ବ ଭଳି ରହିବ | ଅନ୍ୟ ସବୁ ଋଣରେ ସାଧାରଣ ଭାବରେ ସୁଧ ଦେବାକୁ ହେବ |

{"id":104183,"width":581,"height":332}


ଏସବିଆଇ ନିଜ ଗ୍ରାହକଙ୍କ ଋଣ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରିପେମେଣ୍ଟ ସୁବିଧା ମଧ୍ୟ ଉପଲବ୍ଧ କରୁଛି | ଏହି ସୁବିଧା ଅନୁଯାୟୀ ଆପଣଙ୍କୁ କୌଣସି ପ୍ରକାର ଜୋରିମାନା ଦେବାକୁ ପଡିବ ନାହିଁ | ପ୍ରିପେମେଣ୍ଟ ଜରିଆରେ ଆପଣ ସୁଧ ହାର କମ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.