ଋଷିଆର ‘ଭିକ୍ଟରି ଡେ ପରେଡ୍’ରେ ପ୍ରଥମ ଥର ଦମ୍ ଦେଖାଇବେ ଭାରତର ୩ ସେନା, ଇର୍ଷାରେ ଜଳିବ ଚୀନ୍

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୬:  ଋଷିଆ ରାଜଧାନୀ ମସ୍କୋର ରେଡ ସ୍କୋୟାରରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ‘ଭିକ୍ଟରି ଡେ ପରେଡ’ରେ ଚଳିତବର୍ଷ ଭାରତର ୩ ସେନା ଅଂଶଗ୍ରହଣ କରିବେ।  ପୂର୍ବ ବର୍ଷମାନଙ୍କରେ କେବଳ ଭାରତୀୟ ସ୍ଥଳ ସେନା ଋଷିଆର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲା। ୨୪ ଜୁନ୍ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲାଗି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି। ତେବେ କୋଭିଡ-୧୯ ମହାମାରୀ ଯୋଗୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା ସମ୍ଭବ ହେଉ ନଥିଲେ ମଧ୍ୟ ଭାରତୀୟ ମିଳିତ ସେନା ନିଶ୍ଚିତ ପରେଡରେ ଅଂଶଗ୍ରହଣ କରିବେ ବୋଲି ଭାରତ ପ୍ରତିଶ୍ରୁତି ଦେଇଛି।

{"id":286644,"sizeSlug":"large"}

୯ମେ ୧୯୪୫ରେ ଜର୍ମାନ ନାଜି ସେନାଙ୍କ ଆତ୍ମସମର୍ପଣ ଦିନକୁ ଋଷିଆ ଭିକ୍ଟୋରୀ ଡେ ଭାବେ ପାଳନ କରିଆସୁଛି। ହେଲେ ଚଳିତବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ୯ ଜୁନରେ ଭିକ୍ଟୋରୀ ଡେ ପରେଡ ଆୟୋଜନ ଟଳିଥିଲା। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ବ୍ଲାଡିଭୋସ୍ତକ ଗସ୍ତକାଳରେ ଋଷିଆ ରାଷ୍ଟ୍ରପତି ତାଙ୍କୁ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଯାଇ ପାରୁନଥିବାରୁ ଭାରତର ୩ ସେନାରୁ ୭୫ରୁ ୮୦ ଜଣ ଜବାନ ପରେଡରେ ଅଂଶଗ୍ରହଣ କରିବାକୁ ଯିବେ। ଏଥିପାଇଁ ସେମାନଙ୍କୁ ଜୁନ ୧୯ ତାରିଖରେ ମସ୍କୋ ପଠାଯିବ।

{"id":286646,"sizeSlug":"large"}

ଋଷ ଚଳିତ ବର୍ଷ ନାଜିଙ୍କ ଉପରେ ବିଜୟର ୭୫ତମ ବାର୍ଷିକ ପାଳନ କରୁଛି। ଏଣୁ ଅନେକ ଦେଶର ମୁଖ୍ୟମାନଙ୍କୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲାଗି ଆମନ୍ତ୍ରଣ କରାଯାଇଥିଲା। ତେବେ ଭାରତୀୟ କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୟୁନିଟ୍ ପରେଡରେ ଭାରତୀୟ ସେନା ଗ୍ରେଟ୍ ପାଟ୍ରିୟୋଟିକ୍ ୱାରରେ ଭାରତର ଯୋଗଦାନ ପ୍ରଦର୍ଶନ କରିପାରନ୍ତି।  ତେବେ ଋଷିଆ କାର୍ଯ୍ୟକ୍ରମରେ ଭାରତର ଉପସ୍ଥିତି ଚୀନ ଲାଗି ଅସହ୍ୟ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି।

{"id":286649,"sizeSlug":"large"}

ଚୀନ ଓ ଋଷିଆ ସମ୍ପର୍କ ବେଶ ଗଭୀର। ଏଥିରେ ଭାରତ ଋଷିଆର ପୂର୍ବ ସହଯୋଗୀ ହୋଇଥିବା ବେଳେ ଏବେ ଆମେରିକାର ନିକଟତର ହୋଇପାରିଛି। ଚୀନ ଆମେରିକା ମୁହାଁ ମୁହିଁ ଛିଡା ହୋଇଥିବାରୁ ଭାରତ ନୂଆ ସମୀକରଣ ସୃଷ୍ଟି କରିଛି। ଏଥିରେ ଭିକ୍ଟୋରୀ ଡେ ପରେଡରେ ଭାରତର ଯୋଗଦାନ ଚୀନ ଆଖିରେ କଣ୍ଟା ହେବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.