Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ISIS-Kର ଧମକ : ‘ପାକିସ୍ତାନକୁ ଧ୍ବସ୍ତ ବିଧ୍ବସ୍ତ କରିବା ଆମର ପ୍ରଥମ ଲକ୍ଷ୍ୟ, ଆଫଗାନିସ୍ତାନର ସ୍ଥିତି ପାଇଁ ଇସଲାମାବାଦ ଦାୟୀ’

2/11/2021 at 8:54 PM

ନୂଆଦିଲ୍ଲୀ ୦୨/୧୧ : ଇସଲାମିକ ଷ୍ଟେଟ୍‌ ଅଫ୍‌ ଖୋରାସାନ (ISIS-K) ଟାର୍ଗେଟରେ ପାକିସ୍ତାନ । ଆଫଗାନିସ୍ତାନର ଏହି ଆତଙ୍କୀ ସଂଗଠନ ପାକିସ୍ତାନକୁ ଧ୍ବସ୍ତବିଧ୍ବସ୍ତ କରିବାକୁ ଧମକ ଦେଇଛି । ଯିଏବି ଇସଲାମ ବିରୁଦ୍ଧରେ ଯିବ, କୁରାନକୁ ବିରୋଧ କରିବ ଏବଂ ସରିୟା ନିୟମର ଉଲ୍ଲଂଘନ କରିବ ସେମାନଙ୍କୁ କ୍ଷମା କରାଯିବ ନାହିଁ । ଖୋଜି ଖୋଜି ସେମାନଙ୍କୁ ହତ୍ୟା କରାଯିବ ।

ଆଇଏସ୍‌ଆଇଏସ୍‌ ଖୋରାସନର ଜଣେ ମୁଖପାତ୍ର କହିଛି ଯେ, ସଂଗଠନର ଲକ୍ଷ୍ୟ ହେଉଛି ପାକିସ୍ତାନକୁ ମାଟିରେ ମିଶାଇବା । ଆଫଗାନିସ୍ତାନରେ ବର୍ତ୍ତମାନ ଯାହା କିଛି ଘଟୁଛି ବା ଆଜି ଦେଶର ସ୍ଥିତି ଯାହା ସେଥିପାଇଁ କେବଳ ପାକିସ୍ତାନ ହିଁ ଦାୟୀ । ଆଫଗାନିସ୍ତାନରେ ତାଲିବାନ ପ୍ରବେଶ  କରି ଶାସନ କରିବା ଏବଂ ଦେଶକୁ ତଳକୁ ତଳକୁ ନେବା, ପାକିସ୍ତାନର ଷଡଯନ୍ତ୍ର ବୋଲି କହିଛି ISIS-K ସଦସ୍ୟ ନଜିଫୁଲ୍ଲା ।

ନଜିଫୁଲ୍ଲା କହିଛି, ଆମର ବର୍ତ୍ତମାନ ଜଣେ ହିଁ ଟାର୍ଗେଟ ଆଉ ସେ ହେଉଛି ପାକିସ୍ତାନ ଏବଂ ତାର ମିଲିଟାରୀ । ତାଲିବାନୀମାନେ ଆଫଗାନିସ୍ତାନ ଉପରେ କବ୍‌ଜା କରିବା ପଛରେ ପାକିସ୍ତାନର ସିଧାସଳଖ ହାତ ରହିଛି ଏବଂ ପାକିସ୍ତାନ ପୁଷ୍ଠପୋଷକତାରେ ହିଁ ଏସବୁ ଚାଲିଛି । ଆଫଗାନିସ୍ତାନ ଏବେ ଖରାପରୁ ଅତି ଖରାପ ଆଡକୁ ଗତି କରୁଛି । ତାଲିବାନୀ ଶାସନ ଆରମ୍ଭ ହେବା ପରେ ଆଫଗାନିସ୍ତାନର ସ୍ଥିତି ଦୟନୀୟ ହୋଇପଡିଛି ।

ISIS-K କହିଛି ଯେ, ଆମେ ଆଫଗାନିସ୍ତାନରେ ସରିୟା ନିୟମ ଲାଗୁ କରିବାକୁ ଚାହୁଁଛୁ । ଇସଲାମ ଧର୍ମକୁ ରକ୍ଷା କରିବା ପାଇଁ ଏବଂ ଏହାର ନିୟମକୁ ଅନୁପାଳନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ଏହା କରି ଦେଖାଇବୁ କହିଛି ଆଇଏସଆଇଏସ୍‌ ସଦସ୍ୟ ।

   Related Posts