Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଜୟଶଙ୍କରଙ୍କ ରୋକ୍ ଠୋକ୍, ଗଲଓ୍ଵାନରେ ଯାହା କିଛି ହେଲା ତାହା ଚୀନର ଷଡଯନ୍ତ୍ର ଥିଲା

17/06/2020 at 4:56 PM

ନୂଆଦିଲ୍ଲୀ ୧୭।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ସୈନିକ ମଧ୍ୟରେ ସୋମବାର ରାତିରେ ହିଂସାତ୍ମକ ସଂଘର୍ଷ ମଧ୍ୟରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସହ ଫୋନରେ କଥା ହୋଇଛନ୍ତି। ଏଲଏସିରେ ସଂଘର୍ଷ କରିବା ପରେ ଏବେ ଚୀନ ଆଲୋଚନା ଜରିଆରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଉଛି। କିନ୍ତୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ଭାରତ ଏହାକୁ ଅଚାନକ ଉତ୍ପନ ହୋଇଥିବା ପରିସ୍ଥିତି ମାନୁନାହିଁ। ବରଂ ଏହା ପଛରେ ଚୀନର ସୁନିୟୋଜିତ ଷଡଯନ୍ତ୍ର ସ୍ପଷ୍ଟ ଜଣାପଡୁଛି। ପ୍ରଥମେ ଉସୁକାଇବା ପରେ ଏବେ ଚୀନ ଶାନ୍ତିର ଭାଷା କହୁଛି।

ଭାରତର ରୋକ୍‌ଠୋକ୍‌

ଜୟଶଙ୍କର ଚୀନୀ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍ ଓ୍ଵିଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗଲଓ୍ଵାନରେ ଯାହା ବି କିଛି ଘଟିଛି, ଚୀନ ପୂର୍ବରୁ ସୁନିୟୋଜିତ ଷଡଯନ୍ତ୍ର କରି ଭାରତ ସୈନିକଙ୍କ ଉପରେ ହମଲା କରିଛି। ଏଥିପାଇଁ ଭବିଷ୍ୟତ ଘଟଣା ପାଇଁ ଚୀନ ଦାୟୀ ରହିବ। ଏହି ଘଟଣା ଦ୍ଵିପାକ୍ଷିକ ସଂପର୍କ ଉପରେ ଗମ୍ଭୀର ପ୍ରଭାବ ପକାଇବ। ଉଲ୍ଲେଖନୀୟ ଶାନ୍ତିର କଥା କହି ହିଂସା ରାସ୍ତା ଆପଣଉଥିବା ଚୀନ ଗଲଓ୍ଵାନ ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଧୋକାରେ ଆକ୍ରମଣ କରି ଏବେ ଆଲୋଚନାର ମାର୍ଗ ଧରିବାକୁ ପରାମର୍ଶ ଦେଉଛି।

ଉସୁକାଇବା ପରେ ଶାନ୍ତିର ଅପିଲ୍

ଓ୍ଵାଙ୍ଗ ଓ୍ଵି ଆଲୋଚନାରେ ଜୋର୍ ଦେଇ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସହମତିକୁ ଭାରତ ଓ ଚୀନକୁ ଅନୁସରଣ କରିବା ଉଚିତ୍। ଚୀନ ବୈଦେଶିକ ମନ୍ତ୍ରୀ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି, ଉଭୟ ପକ୍ଷକୁ ମତଭେଦ ଦୂର କରିବା ପାଇଁ ସାଂପ୍ରତିକ ଆପୋଷ ଆଲୋଚନାକୁ ମଜବୁତ କରିବା ଉଚିତ୍।  

ଦୁଇ ପକ୍ଷ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ଯେ, ଗଲଓ୍ଵାନ ଘାଟିରେ ଘଟିଥିବା ସଂଘର୍ଷରୁ ଉତ୍ପନ ପରିସ୍ଥିତିର ସମାଧାନ ଲାଗି ପ୍ରୟାସ କରାଯିବ। ଦୁଇ ଦେଶ ସୈନ୍ୟ ସ୍ତରୀୟ ଆଲୋଚନାରେ ହୋଇଥିବା ସହମତି ଅନୁରୂପ ପଦକ୍ଷେପ ନେବେ। ଘଟଣାସ୍ଥଳରେ ସ୍ଥିତି ଶାନ୍ତ ଲାଗି ଯେତେ ଶୀଘ୍ର ସମ୍ଭବ ପଦକ୍ଷେପ ନିଆଯିବ। ଦୁଇ ପକ୍ଷ  ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ସୀମାରେ ଶାନ୍ତି କାଏମ ଉପରେ ସହମତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ୍‌ ହୋଇଥିବା ବେଳେ ଚୀନର ୪୩ ଜଣ ଯବାନ ନିହତ ହୋଇଛନ୍ତି। ୧୯୭୫ ପରେ ପ୍ରଥର ଥର ଏଲଏସିରେ ଏମିତି  ହିଂସାତ୍ମକ ଘଟଣା ଘଟିଛି। ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଶାନ୍ତି ଚାହେଁ ମାତ୍ର ଉସୁକାଇଲେ ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ।

   Related Posts