Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ପ୍ରଥମ ସେମିରେ ଭାରତ-ଇଂଲଣ୍ଡ ମୁକାବିଲା, ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ

5/03/2020 at 10:17 AM

ସିଡ୍‌ନୀ ୦୫।୦୩: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଗୁରୁବାର ଦିନ ପ୍ରଥମ ସେମି ଫାଇନାଲ୍‌ରେ ମୁକାବିଲା ଖେଳାଯିବ । ପ୍ରଥମ ସେମିରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବ । ଫାଇନାଲ ଟିକେଟ୍‌ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି । ସେମି ଫାଇନାଲ୍‌ ମ୍ୟାଚ୍‌ ଜିତି ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ସେପଟେ ଇଂଲଣ୍ଡ ମଧ୍ୟ ଫାଇନାଲ୍‌କୁ ପ୍ରବେଶ କରିବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛି ।  

 ଚଳିତ ବିଶ୍ବକପରେ ଭାରତୀୟ ଟିମ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ପରାଜୟ ହୋଇନାହିଁ । ନିଜର ବିଜୟଧାରା ଜାରି ରଖିଛି ।କିନ୍ତୁ ସେପଟେ  ଇଂଲଣ୍ଡ ନିକଟରୁ ୨୦୧୮ ବିଶ୍ୱକପ୍‌ ସେମି ଓ ୨୦୧୭ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ପରାଜୟ ହୋଇସାରିଛି ଟିମ୍‌ ଇଣ୍ଡିଆ । ତେବେ ନିଜର ଦୁଇଟି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପରାଜୟର ପ୍ରତିଶୋଧ ନେବାକୁ ନିଜକୁ ପ୍ରସ୍ତୁତ କରିଛି ଟିମ୍‌ ଇଣ୍ଡିଆ  । ଗତ ସଂସ୍କରଣରେ ଭାରତ ସେମିରେ ଇଂଲଣ୍ଡ ଠାରୁ ୮ ୱିକେଟ୍‌ରେ ପରାସ୍ତ ହୋଇଥିଲା । ଅନ୍ୟ ପଟରେ ଇଂଲଣ୍ଡ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ବିଜୟଧାର ଅବ୍ୟାହତ ରଖିବାକୁ ପ୍ରୟାସ କରିବ ।  ତଥାପି ଫର୍ମରେ ଥିବା ଭାରତୀୟ ଟିମ୍‌କୁ ହରାଇବା ଇଂଲଣ୍ଡ ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି ।

ଚଳିତ ସଂସ୍କରଣରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୪ଟି ଯାକ ମ୍ୟାଚ୍‌ ଜିତିସାରିଛି । ଗତସଂସ୍କରଣର  ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ଟିମ୍‌ ବିଜୟ ଅଭିଯାନ ଆରମ୍ଭ କରିଥିଲା ।ଦଳ ପ୍ରତି ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସେମିରେ ପ୍ରବେଶ କରିଛି । ବିସ୍ଫୋରକ  ଓପନର ସେଫାଳି ବର୍ମା ଏବଂ ଶକ୍ତିଶାଳୀ ବୋଲିଂ ବିଭାଗ ଭାରତକୁ ଟାଇଟଲ ଦାବିଦାର ବୋଲି କୁହାଯାଉଛି । ୧୬ବର୍ଷିୟ ସେଫାଳି ବୋଲରମାନଙ୍କ ପାଇଁ ସବୁଠୁ ବିପଦଜନକ ରହିଛନ୍ତି । ସେ ୪ଟି ମ୍ୟାଚ୍‌ରୁ ୧୬୧ରନ୍‌ କରିଛନ୍ତି ।

ଅଧିନାୟିକା ହର୍ମନପ୍ରୀତ କୌର ଓ ଓପନର ସ୍ମୃତୀ ମନ୍ଦନାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଇଂଲଣ୍ଡକୁ ହରାଇବାକୁ ହେଲେ ଉଭୟଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି କୁହାଯାଉଛି । ସେହିପରି ଜେମିମା ରୋଡ୍ରିକ୍ସ ଓ ଅଲରାଉଣ୍ଡର ଦୀପ୍ତି ଶର୍ମା ଫର୍ମରେ ଅଛନ୍ତି । ଭାରତର ବୋଲିଂ ବିଭାଗ ବେଶ ଦୃଢ଼ ରହିଛି । ସ୍ପିନର ପୁନମ ଯାଦବ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୯ଟି ୱିକେଟ୍‌ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ପେସ୍‌ ବୋଲର ଶିଖା ପାଣ୍ଡେ, ରାଧା ଯାଦବ ମଧ୍ୟ ପ୍ରତି ମ୍ୟାଚ୍‌ରେ ଦଳ ପାଇଁ ଓ୍ବିକେଟ ନେବାରେ ସହାୟକ ହେଉଛନ୍ତି ।

ସେହିପରି ଇଂଲଣ୍ଡ ୬ଷ୍ଠ ଥର ବିଶ୍ୱକପ୍‌ ସେମିରେ ପ୍ରବେଶ କରିଛି । ଲିଗ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ପରେ ଦଳ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିଛି । ନାତାଲିୟା ଓ ଅଧିନାୟିକା ହିଦର ନାଇଟ୍‌ଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭରଶୀଳ । ଉଭୟ ସର୍ବାଧିକ ରନ୍‌ ତାଲିକାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।  ସ୍କିଭର ୩ଟି ଅର୍ଦ୍ଧଶତକ ସହ ୨୦୨ରନ୍‌ କରିଥିବା ବେଳେ ହିଦର ୧୯୩ରନ୍‌ କରିଛନ୍ତି । ବୋଲିଂ ବିଭାଗରେ ସ୍ପିନର ସୋଫି ଏକ୍ଲେଷ୍ଟୋନ ଶ୍ରେଷ୍ଠ ଫର୍ମରେ ଅଛନ୍ତି । ସେ ୮ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି ।

ଚଳିତ ବିଶ୍ବକପ୍‌ର ପ୍ରଥମ ସେମି ଫାଇନାଲ୍ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । କିନ୍ତୁ ସେଠାରେ ବର୍ଷା ଲାଗି ରହିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟସ୍‌ ହୋଇନାହିଁ ।  

   Related Posts