ଭୋଗରାଇରେ ରାଜ୍ୟର ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟଣା : ବିଲରୁ ଫେରୁଥିବା ବେଳେ ଟଳିପଡିଲେ ଚାଷୀ

Published By : Prameya-News7 Bureau | April 16, 2019 IST

ଭୋଗରାଇରେ ୧୬|୪: ଭୋଗରାଇରେ ରାଜ୍ୟର ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟଣା ନଜରକୁ ଆସିଛି । ଗତ ତିନିଦିନ ହେଲା ରାଜ୍ୟର ଅଧିକାଂଶ ଅଂଚଳର ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି । ସକାଳ ୯ଟା ବେଳକୁ ଅସହ୍ୟ ରୌଦ୍ରତାପ ଅନୁଭୂତ ହେଉଛି । ଅସହ୍ୟ ଖରାକୁ ନଜରରେ ରଖି ଦିନ ୧୧ଟା ପରେ କୌଣସି ଶାରିରୀକ ପରିଶ୍ରମ କାମ ବାହାରେ କରିବା ଉପରେ ରାଜ୍ୟ ସରକାର କଟକଣା ଜାରୀ କରିଛନ୍ତି ।ସ୍କୁଲ ମଧ୍ୟ ସକାଳୁଆ କରିଦିଆଯାଇଛି ।

ତେବେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଜୟରମପୁର ଗାଁରେ  ରାଜ୍ୟର ପ୍ରଥମ ଅଂଶୁଘାତ ଜନିତ ମୃ୍ତ୍ୟୁ ଘଟିଥିବା ଜଣାପଡିଛି । ଗାଁର ଜଣେ ଚାଷୀ ବିଲକୁ କାମ କରି ଫେରୁଥିବା ବେଳେ ରାସ୍ତାରେ ପଡି ମୃତ୍ୟୁ ହେଇଥିବାର ଜଣାପଡିଛି ।ମୃତକ ଜଣକ ହେଉଛନ୍ତି୫୦ ବର୍ଷ ବୟସ୍କ ଅଜୟ ଘୋଷ ।

ଆଜି ସକାଳେ ସେ ବିଲରେ କାମ କରୁଥିବାବେଳେ ଅଧିକ ଗରମ ହେବାରୁ ସେ ଘରକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ହଠାତ ସଜ୍ଞାହୀନ ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ସଂଗେ ସଂଗେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ଭାବେ ଡାକ୍ତର ସୂଚନା ଦେଇଛନ୍ତି ।ଖବର ପାଇ ଭୋଗରାଇ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏ ସଂକ୍ରାନ୍ତରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.