Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାଙ୍କୁ ବ୍ଲାକମେଲ୍ କରି ଦୁଷ୍କର୍ମ କଲା ନାବାଳକ : ଆପ୍ ଜରିଆରେ ଚୋରି କରିଥିଲା ମୋବାଇଲ୍ ଡାଟା

ଶିମଲା ୧୩/୬: ମୋବାଇଲରେ ଥିବା ଆପତ୍ତିଜନକ ସାମଗ୍ରୀ ଆଧାରରେ ବ୍ଲାକମେଲିଙ୍ଗ୍ କରି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ପୋଲିସ୍ ନାବାଳକ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ଆପତ୍ତିଜନକ ବ୍ୟବହାର ଏବଂ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି।

ସେହି ଅଞ୍ଚଳର ନିକଟବର୍ତ୍ତୀ ଗାଁର ନାବାଳିକାଟି ଫୋନରୁ ଡାଟା ଚୋରି କରିବାପରେ ବ୍ଲାକମେଲ୍ କରି ଦୁଷ୍କର୍ମ କରିବାର ଅଭିଯୋଗ କରିଛନ୍ତି। ପୀଡ଼ିତା ଏହି ମାମଲାର ଅଭିଯୋଗ ମହିଳା ପୋଲିସ୍ ଥାନା ଉନାରେ କରିଛନ୍ତି।

ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। କୁହାଯାଉଛି ଯେ ଏକ ଗାଁର ଜଣେ ନାବାଳକ ଛାତ୍ର ଜିଲ୍ଲା ମୁଖ୍ୟାଳୟ ସହ ଲାଗିଥିବା ଗାଁର ନାବଳିକାକୁ ଫୋନ ଉପହାର ଦେଇଥିଲା।

ନାବଳକ ଛାତ୍ର ଜଣକ ଏହି ମୋବାଇଲ ଫୋନରେ ଏପରି ଏକ ଆପ୍ ଡାଉଡ଼ଲୋଡ କରିଥିଲେ,ଯାହା ଜରିଆରେ ଅଭିଯୁକ୍ତ ନାବଳକ ଛାତ୍ର ଫୋନର ସମସ୍ତ ଡାଟା ଚୋରି କରୁଥିଲା। ନାବାଳକ ଜଣକ ଏପରି ଏକ ଆପ୍ଲିକେସନ ନାବାଳିକାଙ୍କ ମୋବାଇଲରେ ଲୋଡ କରିଥିଲା ଯାହା ଦ୍ବାରା ସେ ନାବାଳିକାର ସମସ୍ତ ଗତିବିଧି ସେ ତା’ ଫୋନ ମାଧ୍ୟମରେ ଜାଣି ପାରୁଥିଲା।

ଏହାପରେ ଅଭିଯୁକ୍ତ ନାବାଳକ ନାବାଳିକାଙ୍କୁ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିଲା। ନାବାଳିକା ଏହା ବିଷୟରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ପୀଡ଼ିତାଙ୍କ ପରିବାର ଲୋକ ଏ ମାମଲାରେ ମହିଳା ପୋଲିସ୍ ଥାନାରେ ଅଭିଯୋଗ କରିଥିଲେ।

180 Views

   ସମ୍ବନ୍ଧିତ ଖବର