ଝାରଖଣ୍ଡ ପରେ ଏବେ ପ୍ରବାସୀ ଓଡିଶା ଶ୍ରମ ଜୀବୀଙ୍କୁ ନେଇ କେରଳରୁ ବାହାରିବ ସ୍ଵତନ୍ତ୍ର ଟ୍ରେନ

Published By : Prameya-News7 Bureau | May 01, 2020 IST

ଭୁବନେଶ୍ଵର ୦୧।୦୫: କରୋନା ଭାଇରସ୍‌ ମହାମାରୀ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନେକ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କଙ୍କୁ ସେମାନଙ୍କର ନିଜ ରାଜ୍ୟକୁ ଆଣିବା ସରକାରଙ୍କ  ଲାଗି ବଡ ଚ୍ୟାଲେଞ୍ଜ ହୋଇଛି। ଏହାକୁ ନେଇ ଦେଶରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଇବାକୁ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଝାରଖଣ୍ଡ ପରେ ଏବେ କେରଳରୁ ପ୍ରଥମ ସ୍ଵତନ୍ତ୍ର ଟ୍ରେନ୍ ଶୁକ୍ରବାର ସନ୍ଧ୍ୟାରେ ୧୨୦୦ ପ୍ରବାସୀ ଶ୍ରମ ଜୀବୀଙ୍କୁ ନେଇ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିବ। ଟ୍ରେନ୍ କେରଳର ଏର୍ଣ୍ଣାକୁଲମରୁ ବାହାରିବ।

ଏହାର ସୂଚନା କେରଳର ମନ୍ତ୍ରୀ ବିଏସ ସୁନିଲ କୁମାର ଏବଂ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠି ଦେଇଛନ୍ତି। କେରଳର ମନ୍ତ୍ରୀ ବିଏସ ସୁନିଲ କୁମାର କହିଛନ୍ତି ଏହି ଟ୍ରେନ ଅଲୁଭା ଷ୍ଟେସନରୁ ସନ୍ଧ୍ୟା ୬ଟାରେ ଛାଡିବ। ଏହି ଟ୍ରେନରେ ପ୍ରବାସୀ ଶ୍ରମ ଜୀବୀ ଅଛନ୍ତି, ଯାହାଙ୍କୁ ଏର୍ଣ୍ଣାକୁଲମ ଜିଲ୍ଲାର କ୍ୟାମ୍ପରେ ରଖାଯାଇଥିଲା। ଏହି ସବୁ ଶ୍ରମ ଜୀବୀଙ୍କୁ ରାଜ୍ୟ ପରିବହନ ବସ୍‌ ଜରିଆରେ ଷ୍ଟେସନ ପର୍ଯ୍ୟନ୍ତ ନିଆଯିବ।

{"id":263145,"sizeSlug":"large"}

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଯେଉଁମାନେ ଟ୍ରେନରେ ଫେରିବେ ସେମାନେ ମଧ୍ୟ ପ୍ରି ରେଜିଷ୍ଟ୍ରେସନ କରିବେ । ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା କୌଣସି ଟ୍ରେନ୍ ଆସିପାରିବ ନାହିଁ । କିଛି ନିର୍ଦ୍ଦିଷ୍ଟ ରେଳ ଷ୍ଟେସନରେ  ପହଁଚିବା ପରେ ସେମାନଙ୍କୁ ବସ ମାଧ୍ୟମରେ ସେମାନଙ୍କ ଗ୍ରାମ ବା ସହରରେ ପହଁଚାଇ ଦିଆଯିବ । ସହରାଞ୍ଚଳରେ ଯଦି କୌଣସି ବାହାର ରାଜ୍ୟ ଫେରନ୍ତା କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିପାରିବେ । ଯଦି ଏହାର କେହି ଉଲଙ୍ଘନ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ ରାଜସ୍ଥାନର କୋଟାରୁ ଆଜି ୬୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ବାହାରିଲା ସ୍ଵତନ୍ତ୍ର ବସ।ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କୋଟାରୁ ଫେରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ବେଲପାହାଡ଼ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଅଭିଭାବକ ମାନେ ୧୪ଦିନ ପର୍ଯ୍ୟନ୍ତ ନିଜ ପିଲାମାନଙ୍କୁ ନ ଭେଟି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।ଶୁକ୍ରବାର ଦିନ ସାଢେ ୧୧ଟାରେ କୋଟାରୁ ବସ ବାହାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.