ମହାଶିବରାତ୍ରିରେ ହରିଦ୍ୱାରରେ ମହାକୁମ୍ଭର ପ୍ରଥମ ଶାହୀ ସ୍ନାନ: ଗଙ୍ଗାରେ ବୁଡ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

Published By : Prameya-News7 Bureau | March 11, 2021 IST

ହରିଦ୍ୱାର ୧୧/୦୩ : ଆଜି ମହାଶିବରାତ୍ରୀର ପବିତ୍ର ଅବସରରେ ହରିଦ୍ୱାରରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ପ୍ରଥମ ଶାହୀ ସ୍ନାନ। ଶାହୀ ସ୍ନାନ ଆରମ୍ଭରେ ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା, ଅଗ୍ନି ଆଖଡ଼ା, କିନ୍ନର ଆଖଡ଼ାର ପାଖାପାଖି ୨୨ ଲକ୍ଷ ଲୋକ ପୋୖଡି ବ୍ରହ୍ମକୁଣ୍ଡରେ ବୁଡ଼ ପକାଇଛନ୍ତି। ଏହାପରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନିରଞ୍ଜନୀ ଆଖଡ଼ା ଓ ଆନନ୍ଦ ଆଖଡ଼ା ହର କି ପୋୖଡି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ। ଏହାପରେ ପ୍ରାୟ ୪ଟା ସମୟରେ ମହାନିର୍ବାଣି ଆଖଡ଼ା ଓ ଅଟଳ ଆଖଡ଼ା ହର କି ପୋୖଡି ବ୍ରହ୍ମକୁଣ୍ଡରେ ସ୍ନାନ କରିବେ। ଏହି ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକେପ୍ଟରରୁ ଫୁଲ ବର୍ଷା କରାଯିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ମହାଶିବରାତ୍ରିର ଶୁଭକାମନା ଦେଇଛନ୍ତି।

ନାଗା ବାବା ଓ ସାଧୁଙ୍କ ଶାହୀ ସ୍ନାନକୁ ଦୃଷ୍ଟିରେ ରଖି ସାଧାରଣ ଶ୍ରଦ୍ଧାଳୁଙ୍କୁ ସକାଳ ୭ଟା ପରେ ସ୍ନାନ ଅନୁମତି ଦିଆଯାଇଛି। ମହାକୁମ୍ଭ ପ୍ରଥମ ସ୍ନାନ ପାଇଁ ପ୍ରଶାସନ ସମ୍ପୂର୍ଣ ସତର୍କ। ୭ଟା ପରେ ହର କି ପୋୖଡି ଅଞ୍ଚଳକୁ ଖାଲି କରାଯାଇଥିଲା। ଏହାପରେ ଘାଟ ସଫା କରାଯାଇଛି। ଏହି ସମୟରେ ଘାଟକୁ କାହାର ଯିବା ଆସିବା ଉପରେ ପ୍ରତିବନ୍ଧକ ରହିଛି।

{"id":421097,"sizeSlug":"large","linkDestination":"none"}

ମହାକୁମ୍ଭ ଶାହୀ ସ୍ନାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସ୍ଥାନ ସ୍ଥାନରେ ପୋଲିସ କର୍ମୀ ନିୟୋଜିତ ଅଛନ୍ତି। କୁମ୍ଭମେଳାର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମେଳା ଅଞ୍ଚଳକୁ ୩ ସୁପର ଜୋନ, ୯ ଜୋନ ଓ ୨୫ ସେକ୍ଟରରେ ବଣ୍ଟାଯାଇଛି। ପ୍ରତ୍ୟେକ ଜୋନରେ ଉଚ୍ଚ ପୋଲିସ ଅଧିକ୍ଷକ ଏବଂ ସେକ୍ଟରରେ ପୋଲିସ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ଗଡବଡ ନ ହୁଏ ସେଥିପାଇଁ ପୋଲିସକର୍ମୀଙ୍କୁ ଖାସ ଟ୍ରେନିଂ ଦିଆଯାଇଛି।

ସୂଚନା ଅନୁଯାୟୀ, ହରିଦ୍ୱାର କୁମ୍ଭରେ ମହାଶିବରାତ୍ରି ଅବସରରେ ଆଜି ଶାହୀ ସ୍ନାନକୁ ନେଇ ରାଜ୍ୟ ସରକାର ପୂର୍ବରୁ ଏସଓପି ଜାରି କରିଛନ୍ତି। ଏସଓପି ଅନୁଯାୟୀ, ଶାହୀ ସ୍ନାନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଉପଲବ୍ଧ ଓ ହେଲ୍ଥ ସାର୍ଟିଫିକେଟ ଦେଖାଇବା ଜରୁରୀ। ଏହା ବିନା ହରିଦ୍ୱାରରେ ଏଣ୍ଟ୍ରି ମିଳିବନି। ରାଜ୍ୟ ସରକାରଙ୍କ ଏସଓପି ମାର୍ଚ୍ଚ ୧୨ ତାରିଖ ଯାଏଁ ଲାଗୁ ହେବ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ, ପର୍ଯ୍ୟଟକ ଭିଡ କରି ଭଜନ କୀର୍ତ୍ତନ କରିପାରିବେନି। କୌଣସି ଶ୍ରଦ୍ଧାଳୁ ନିୟମ ଉଲଙ୍ଘନ କଲେ ବିପର୍ଯ୍ୟୟ ମହାମାରୀ ଆକ୍ଟ ଅନୁସାରେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.