ଜୁନ୍ ୬ରୁ ଆରମ୍ଭ ହୋଇପାରେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ
28/05/2019 at 12:45 PM

ନୂଆଦିଲ୍ଲୀ ୨୮|୫: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହୋଇପାରେ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବେ । ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ ।
ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୬ ତାରିଖରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ସେହିଦିନ କାମଚଳା ବାଚସ୍ପତି ବା ପ୍ରୋଟେମ୍ ସ୍ପିକର୍ ନିଯୁକ୍ତ ହେବାର ସମ୍ଭାବନା ରହିଛି । ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ ୧୦ ତାରିଖରେ ହେବାର ସମ୍ଭାବନା ରହିଛି ।
Related Posts
ଜିଦ୍ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ
21 January 2021
Hawk-i ବିମାନରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କଲେ HAL
21 January 2021