୧୯୫୦ ମସିହାରେ ହୋଇଥିଲା ସ୍ୱାଧୀନ ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ପରେଡ, ଦେଖନ୍ତୁ ସେଦିନର ଫଟୋ

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୧: ସାରା ଦେଶ ୨୬ ଜାନୁୟାରୀ ୨୦୨୦ରେ ୭୧ତମ ସାଧାରଣନ୍ତ୍ର ଦିବସ ପାଳନ କରିବ। ୧୯୫୦ ମସିହା ଏହି ଦିନରେ ଆମଦେଶ ଔପଚାରିକ ଭାବେ ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲା।  ସେହିଦିନ ଦିଲ୍ଲୀ ରାଜରାସ୍ତରେ ପ୍ରଥମ ସାଧାରଣତନ୍ତ୍ର ଦିବସ ପରେଡ ମଧ୍ୟ ଅନୁଷ୍ଠିତ ହୋଇଥିଲା।

{"id":215841,"width":578,"height":366,"sizeSlug":"large"}

ଭାରତର ଗଣତନ୍ତ୍ର ଦିବସ ସମାରୋହର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପରେଡ। ଏଥିରେ ହଜାର ହଜାର ନାଗରିକଙ୍କ ସମେତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଆମନ୍ତ୍ରୀତ ବିଦେଶୀ ଅତିଥି ମଧ୍ୟ ଉପସ୍ଥିତ ଥାନ୍ତି। ପରେଡରେ ସେନା ପରାକ୍ରମ ପ୍ରଦର୍ଶନ କରିବା ବେଳେ ଭାରତୀୟ ସଂସ୍କୃତିର ଝଲକ ଦେଖାଯାଏ ରାଷ୍ଟ୍ରୀୟ ରାଜଧାନୀର ରାଜରାସ୍ତାରେ। ତେବେ ଆସନ୍ତୁ ଦେଖିବା କିପରି ଥିଲା ଦେଶର ପ୍ରଥମ ସାଧାରଣନ୍ତ୍ର ଦିବସ ପରେଡ।

{"id":215842,"width":577,"height":410,"sizeSlug":"large"}

ଇଂରେଜ ଦେଶ ଛାଡିବାର ସ୍ୱଳ୍ପ ସମୟ ପରେ ଦେଶ ଗଣତାନ୍ତ୍ରିକ ଶାସନ ଲାଗି  ଆଧାରଶିଳା ପକାଇଥିଲା। ଏଥିଲାଗି ରାଜଧାନୀରେ ଭବ୍ୟ ପରେଡ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ନରନାରୀ ରାଜଧାନୀ ରାଜରାସ୍ତାରେ ପରେଡ ଉପଭୋଗ କରିଥିଲେ। ଲାଲ କିଲ୍ଲାରେ ଜାତୀୟ ପତାକାକୁ ସାଲ୍ୟୁଟ କରି ବିଜୟ ପଥରେ ଆଗେଇ ଯାଇଥିଲେ ସାମରିକ, ଅର୍ଦ୍ଧସାମରିକ ଓ ବେସାମରିକ ପ୍ୟାରେଡ ଦଳ। ପରେଡ ଶେଷରେ ଦିଲ୍ଲୀ ଆକାଶରେ ଉଡିଥିଲେ ଭାରତୀୟ ବାୟୁସେନାର ୧୦୦ରୁ ଅଧିକ ବିମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.