ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

Published By : Prameya-News7 Bureau | January 25, 2020 IST

ପୁରୀ ୨୫।୦୧: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନଖଣ୍ଡରୁ ୨ଟି ଟ୍ରକରେ ସମୁଦାୟ ୫୩ ଖଣ୍ଡ ରଥକାଠ ଆସି ପୁରୀରେ ପହଞ୍ଚିଛି । ୩୨ ଖଣ୍ଡ ଧଉରାକାଠ  ଏବଂ  ୨୧ ଖଣ୍ଡ ଅସନ କାଠ ଆସି ପହଞ୍ଚିଛି ଶ୍ରୀକ୍ଷେତ୍ରରେ ।  ଆସନ୍ତା ସରସ୍ୱତୀ ପୂଜା ଅବସରରେ ଏହି ରଥକାଠ ଗୁଡ଼ିକ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯିବ । ଏହି ଦିନ ୩ ଟି ଧଉରା କାଠ ରଥଖଳାରେ ରଖାଯାଇ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ଚଳିତବର୍ଷ ସମୁଦାୟ ୬୭୨ ଖଣ୍ଡ ରଥକାଠ ଆସିବ । ପୂର୍ବ ବର୍ଷରୁ ୧୯୩ ଖଣ୍ଡ ରଥକାଠ ବଳକା ରହିଥିବା ରଥକାଠ ସୁପରଭାଇଜର କହିଛନ୍ତି। 

{"id":215883,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.