Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟାରେ ପହଞ୍ଚିଲା ପ୍ରଥମ ରାମାୟଣ ସର୍କିଟ୍ ଏକ୍ସପ୍ରେସ ଟ୍ରେନ: ଷ୍ଟେସନରେ ଭବ୍ୟ ସ୍ୱାଗତ

8/11/2021 at 2:38 PM

ଅଯୋଧ୍ୟା ୦୮/୧୧ : ଦିଲ୍ଲୀ ସଫଦରଗଞ୍ଜରୁ ଆରମ୍ଭ ହୋଇଥିବା ରାମାୟଣ ସର୍କିଟ ଏକ୍ସପ୍ରେସ ଟ୍ରେନ ସୋମବାର ଦିନ ଅଯୋଧ୍ୟାରେ ପହଞ୍ଚିଛି। ଅଯୋଧ୍ୟାରେ ପହଞ୍ଚି ଶ୍ରଦ୍ଧାଳୁ ଜୟ ଶ୍ରୀରାମ ନାରା ଲଗାଇ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁଣଗାନ କରିଛନ୍ତି। ଶ୍ରଦ୍ଧାଳୁ କହିଛନ୍ତି ଯେ ସରକାର ଶ୍ରଦ୍ଧାଳୁଙ୍କୟା ତୀର୍ଥସ୍ଥାନ ଦର୍ଶନ କରାଉଛନ୍ତି ଏହା ଅତ୍ୟନ୍ତ ଖୁସିର କଥା। ଶ୍ରୀରାମଙ୍କ ପ୍ରତ୍ୟେକ ନଗର ଦର୍ଶନ କରାଇବାକୁ ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ପ୍ରଥମ ରାମାୟଣ ସର୍କିଟ ଟ୍ରେନ ଅଯୋଧ୍ୟାରେ ପହଞ୍ଚିଛି ଯେଉଁଠି ରେଳବାଇ ଓ ଆଇଆରସିଟିସିର ଅଧିକାରୀ ଫୁଲରେ ଭବ୍ୟ ସ୍ୱାଗତ କରିଛନ୍ତି।

ଅଯୋଧ୍ୟା କେଣ୍ଟରେ ପହଞ୍ଚିଥିବା ଟ୍ରେନରେ ୧୩୨ ଶ୍ରଦ୍ଧାଳୁଙ୍କୁ ବସ ଯୋଗେ ଅଯୋଧ୍ୟା ଧାମ ନିଆଯାଇଛି। ସେମାନେ ସେଠାରେ ରାମଲଲା ହନୁମାନଗଢି ଓ ଅନ୍ୟାନ୍ୟ ମନ୍ଦିର ଦର୍ଶନ ଓ ପୂଜା କରିବେ। ଅଯୋଧ୍ୟା ସମେତ ଅନେକ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଦର୍ଶନ କରାଯିବ। ଏହି ଟ୍ରେନ ୭୫୦୦ କିଲୋମିଟର ଦୂରତା ୧୭ ଦିନରେ ଯାତ୍ରା କରିବ। ଯାତ୍ରାର ପ୍ରଥମ ପର୍ଯ୍ୟାୟ ଅଯୋଧ୍ୟା ଯେଉଁଠି ଶ୍ରୀରାମ ଜନ୍ମଭୂମି ମନ୍ଦିର ଓ ହନୁମାନ ମନ୍ଦିର ଦର୍ଶନ କରାଯିବ।

ଟ୍ରେନର ଦ୍ୱିତୀୟ ପର୍ଯ୍ୟାୟ ଭଗବାନ ଶିବଙ୍କ ନଗରୀ କାଶୀ। ତାପରେ ଚିତ୍ରକୂଟ ଓ ନାସିକରେ ପହଞ୍ଚିବ। ନାସିକ ପରେ ପ୍ରାଚୀନ କିଷ୍କିନ୍ଧ୍ୟା ନଗରୀ ହମ୍ପି ଯିବ ଯେଉଁଠି ଅଂଜନୀ ପର୍ବତ ସ୍ଥିତ ହନୁମାନଙ୍କ ଜନ୍ମସ୍ଥଳୀ ଦର୍ଶନ ହେବ। ଏହି ଟ୍ରେନର ଶେଷ ପର୍ଯ୍ୟାୟ ହେବ ରାମେଶ୍ୱରମ। ରାମେଶ୍ୱରମରୁ ଏହି ଟ୍ରେନ ୧୭ ତମ ଦିନରେ ଦିଲ୍ଲୀରେ ପହଞ୍ଚିବ।

ଭାରତୀୟ ରେଳବାଇ ଏହି ଟ୍ରେନ ଛଡା ଆଉ ୪ ରାମାୟଣ ସର୍କିଟ ଟ୍ରେନ ଚଲାଇବାକୁ ଘୋଷଣା କରିଛି। ନଭେମ୍ବର ୧୬ ତାରିଖରେ ଦ୍ୱିତୀୟ ଟ୍ରେନ, ନଭେମ୍ବର ୨୫ରେ ତୃତୀୟ, ୨୭ରେ ଚତୁର୍ଥ ଓ ଜାନୁଆରୀ ୨୦ ରେ ପଞ୍ଚମ ଟ୍ରେନ ଚାଲିବ। ଏହି ଯାତ୍ରା ପାଇଁ ଫାଷ୍ଟ କ୍ଲାସ ଏସି କୋଚ ବୁକିଂ ୧ ଲକ୍ଷ ୨ ହଜାର ୯୫ ଟଙ୍କା। ସେକେଣ୍ଡ କ୍ଲାସ ଏସି ପାଇଁ ୮୨ ହଜାର ୯୫୦ ଟଙ୍କା।

ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏହି ପର୍ଯ୍ୟଟକ ଟ୍ରେନରେ ଯାତ୍ରୀ କୋଚ ଛଡା ଅତିରିକ୍ତ ଦୁଇଟି ରେଳ ଡାଇନିଂ ରେସ୍ତୋରାଁ, ଏକ ଆଧୁନିକ କିଚେନ କାର ଓ ଯାତ୍ରୀଙ୍କ ପାଇଁ ଫୁଟ ମସାଜର, ମିନି ଲାଇବ୍ରେରୀ, ଆଧୁନିକ ସ୍ୱଚ୍ଛ ଶୌଚାଳୟ ଓ ସାୱାର କ୍ୟୁବିକଲ ଆଦି ସୁବିଧା ଉପଲବ୍ଧ। ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ, ଇଲେକ୍ଟ୍ରୋନିକ ଲକର ଓ ସିସିଟିଭି କ୍ୟାମେରା ପ୍ରତ୍ୟେକ କୋଚରେ ଉପଲବ୍ଧ।

   Related Posts