କଟକରେ ଜାଇକାର ପ୍ରଥମ ପ୍ରୋଜେକ୍ଟ ଉଦ୍ଦଘାଟିତ : ସିଡିଏରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଓ୍ୱେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 05, 2018 IST

କଟକ୫|୧୨: କଟକରେ ଜାଇକାର ପ୍ରଥମ ପ୍ରୋଜେକ୍ଟ ଉଦ୍‌ଘାଟିତ ।ସିଡିଏରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଓ୍ବେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜଳ ବିଶୋଧନାଗାରରେ ପ୍ରତ୍ୟେକ ଦିନ ୩ କୋଟି ୬୦ ଲକ୍ଷ ଲିଟର ଦୂଷିତ ଜଳ ବିଶୋଧନ କରାଯାଇ ପାରିବ । ଯାହାଦ୍ବାରା ସହରର ପ୍ରାୟ ୪ ଲକ୍ଷ ଲୋକ ଉପକୃତ ହୋଇପାରିବେ । [embed]https://youtu.be/l-1mDScF38U[/embed] ଦୀର୍ଘ ବର୍ଷ ପରେ କଟକରେ ଜାଇକାର ପ୍ରଥମ ପ୍ରୋଜେକ୍ଟ ଉଦଘାଟିତ ହୋଇଛି । ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ସହରର ଆବର୍ଜନା ଜଳକୁ ବିଶୁଦ୍ଧ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟରେ ଜାଇକା ନିର୍ମାଣ କରିଛି ସିଓ୍ବେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ । ଏଠାରେ ପ୍ରତ୍ୟେକ ଦିନ ୩ କୋଟି ୬୦ ଲକ୍ଷ ଲିଟର ଜଳ ବିଶୋଧନ ହୋଇପାରିବ । ସିଡିଏରେ ନିର୍ମିତ ଏହି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ତେବେ ଜାପାନ ଇଣ୍ଟରନ୍ୟାସନାଲ କୋପରେସନ୍ ଏଜେନ୍ସି ବା ଜାଇକାର ମୁଖ୍ୟ ପ୍ରତିନିଧି ମଧ୍ୟ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ । କଟକ ସହରରେ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟରେ ସ୍ବେରଜ୍ ଓ ଡ୍ରେନେଜ୍ ବ୍ୟବସ୍ଥା କାମ କରୁଛି ଜାଇକା । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଜଳ ବିଶୋଧନାଗାର ଉଦ୍‌ଘାଟିତ ହୋଇଥିବା ବେଳେ ମତ୍ତଗଜପୁରରେ ନିର୍ମାଣ ଚାଲିଛି ଅନ୍ୟ ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ । ଉଦ୍‌ଘାଟିତ ହୋଇଥିବା ଜଳ ବିଶୋଧନାଗାର ଦ୍ବାରା ଦୈନିକ ୪ ଲକ୍ଷ ଲୋକ ଉପକୃତ ହେବେ ବୋଲି ଜାଇକାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ଏହି ସିଓ୍ବେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସହରର ପୁରୀଘାଟଠାରୁ ଆରମ୍ଭ କରି ସିଡିଏ ପର୍ଯ୍ୟନ୍ତ ଲମ୍ବିଥିବା ସମସ୍ତ ଡ୍ରେନ୍‌ରୁ ଆବଜର୍ନା ପାଣିକୁ ବିଶୁଦ୍ଧ କରି ପାରିବ ବୋଲି ଜାଇକା ପକ୍ଷରୁ କୁହାଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ ଜାଇକାର ବହୁ ଅଧିକାରୀ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.