Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ରିଲିଜ ହେଲା ମୈଦାନ’ର ପ୍ରଥମ ପୋଷ୍ଟର…ଦମ୍‌ଦାର ଲୁକ୍‌ ସେୟାର କଲେ ଅଜୟ ଦେବଗନ୍‌

29/01/2020 at 11:05 AM

ମୁମ୍ବାଇ୨୯|୧: ନିକଟରେ ରିଲିଜ ହୋଇଥିବା ଐତିହାସିକ ଫିଲ୍ମ ‘ତାହ୍ନାଜୀ’ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମରେ ଅଭିନେତା ଅଜୟ ଦେବଗନଙ୍କ ଭୂମିକାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଫିଲ୍ମ ‘ତାହ୍ନାଜୀ’ କୋଟି କୋଟି ଟଙ୍କାର ଆୟ କରିଛି । ଅଜୟ ଦେବଗନଙ୍କ ବ୍ୟତୀତ ଫିଲ୍ମରେ ସୈଫ ଅଲ୍ଲୀ ଖାନ, ଓ କାଜଲଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଏବେ ଆଉ ଏକ ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ ଅଜୟ। ଭାରତର ପୂର୍ବତନ ଫୁଟବଲ କୋଚ୍‌ ସୟଦ ଅବଦୁଲ ରହିମଙ୍କ ଉପରେ ଫିଲ୍ମଟି ତିଆରି ହେବ । ଏହି ଫିଲ୍ମର ନାଁ ହେଉଛି ‘ମୈଦାନ’। ଅଜୟ ଦେବଗନ ଏହି ଫିଲ୍ମରେ ସୟଦ ଅବଦୁଲ ରହିମଙ୍କ ଭୂମିକାରେ ନଜର ଆସିବେ । ଅଜୟଙ୍କ ‘ମୈଦାନ’ ସିନେମାର ପ୍ରଥମ ଲୁକ୍‌ ରିଲିଜ ହୋଇଛି। 

ଅଜୟ ନିଜେ ଏହାର ଲୁକ୍‌କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାକୁ ସେୟାର କରିବା ସହ ଅଜୟ ଫିଲ୍ମର ରିଲିଜ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି। ୨୦୨୦ ମସିହା ନଭେମ୍ବର ମାସ ୨୭ ତାରିଖରେ ଫିଲ୍ମଟି ରିଲିଜ ହେବ। ଚଳଚ୍ଚିତ୍ରରେ ଅଜୟଙ୍କ ବିପକ୍ଷରେ ସାଉଥ ସୁନ୍ଦରୀ ପ୍ରିୟାମଣି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ମୈଦାନ ଫିଲ୍ମର ପ୍ରଯୋଜକ ହେଉଛନ୍ତି ବୋନି କପୁର ଓ ଆକାଶ ଚାୱଲା । ଅମିତ ରବିନ୍ଦ୍ରନାଥ ଶର୍ମା ଫିଲ୍ମର ନିର୍ଦ୍ଦେଶନା କରିବେ।

   Related Posts