ଫାଷ୍ଟ ପୋଷ୍ଟର: ମଥାରେ ତିଳକ ଓ ଲୁଙ୍ଗି ଲୁକ୍‌ରେ ବଚ୍ଚନ ପାଣ୍ଡେ ଭୂମିକାରେ ଅକ୍ଷୟ କୁମାର

Published By : Prameya-News7 Bureau | July 26, 2019 IST

ମୁମ୍ବାଇ ୨୬|୭: ଅକ୍ଷୟ କୁମାରଙ୍କ  ଆଗାମୀ ଫିଲ୍ମ ବଚ୍ଚନ ପାଣ୍ଡେର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇସାରିଛି। ୨୦୨୦ ମସିହା ଖ୍ରୀଷ୍ଟମାସ୍‌ରେ ଏହି ଚଳଚ୍ଚିତ୍ର ରିଲିଜ ହେବ।  ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଫରାଦ ସାମଜି। ସାଜିଦ ନାଦିଆୱାଲା ଏହି ଫିଲ୍ମର ପ୍ରଯୋଜକ । ପୋଷ୍ଟରରେ ଅକ୍ଷୟ କୁମାରଙ୍କ ଲୁକ୍‌ ବହୁତ ଆକର୍ଷଣୀୟ ହୋଇଛି।  ଏହି ପୋଷ୍ଟରରେ ଅକ୍ଷୟ କୁମାର ମଥାରେ ତିଳକ ମାରି, ଲୁଙ୍ଗି ପିନ୍ଧି, ବେକରେ ମୋଟା ଚେନ୍‌ ପକାଇ ଛିଡା ହୋଇଥିବାରେ ନଜର ଆସିଛନ୍ତି।  

{"id":137663}

ସୋସିଆଲ ମିଡିଆରେ ଏହି ପୋଷ୍ଟର ରିଲିଜ ହେବା ପରେ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଲୋକେ ଅନେକ କମେଣ୍ଟ ଦେଇ ପୋଷ୍ଟରର ପ୍ରଶଂସା କରିଛନ୍ତି। କିଛି ଲୋକଙ୍କୁ ପୋଷ୍ଟର ପସନ୍ଦ ଆସିଛି ତ କିଛି ଏହି ପୋଷ୍ଟର ପାଇଁ ଅକ୍ଷୟ କୁମାରଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଲକ୍ଷ୍ମୀ ବମ୍ ଓ ଏହି ପୋଷ୍ଟର ଏକା ଭଳି ହୋଇଛି। ପୋଷ୍ଟର ଜମା ଭଲ ହୋଇନାହିଁ ବୋଲି ମଧ୍ୟ  ଅନେକ ଦର୍ଶକ କହିଛନ୍ତି। 

{"id":137665}

ପ୍ରତି ବର୍ଷ ଅକ୍ଷୟ କୁମାର ୩-୪ ଟି ଫିଲ୍ମ କରନ୍ତି। ଏଥର ଅକ୍ଷୟ କୁମାରଙ୍କ ହାତରେ ଭିନ୍ନ ଭିନ୍ନ ଧରଣର ଚଳଚ୍ଚିତ୍ର ଅଛି। ୨୦୧୯ ଆରମ୍ଭରୁ ତାଙ୍କ ଫିଲ୍ମ କେଶରୀ ରିଲିଜ ହୋଇଥିଲା। ଏହି ଫିଲ୍ମକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।

{"id":137664}

ଏବେ ତାଙ୍କ ଆଗାମୀ ଫିଲ୍ମ “ମିଶନ ମଙ୍ଗଲ” ଅଗଷ୍ଟ ମାସ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏହା ପରେ ଡିସେମ୍ବର ମାସ ୨୭ ତାରିଖରେ ଅକ୍ଷୟଙ୍କର ଗୁଡ୍‌ ନ୍ୟୁଜ ଚଳଚ୍ଚିତ୍ର ରିଲିଜ ହେବ। ଏହା ବ୍ୟତୀତ ୨୦୨୦ ମସିହାରେ ତାଙ୍କର ଅନେକ ଫିଲ୍ମ ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.