Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ଖୋଲିବ ଦେଶର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ, ଜାଣନ୍ତୁ କିପରି ସୁସ୍ଥ ହେବେ ସଂକ୍ରମିତ

2/07/2020 at 10:23 AM

ନୂଆଦିଲ୍ଲୀ ୦୨।୦୭: କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦେଶର ପ୍ରଥମ ଥର ପାଇଁ ପ୍ଲାଜମା ବ୍ୟାଙ୍କ ଦିଲ୍ଲୀରେ ଖୋଲିବ । କୋଭିଡ -୧୯ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦିଲ୍ଲୀ ସରକାର ଏକ ‘ପ୍ଲାଜମା ବ୍ୟାଙ୍କ’ ଗଠନ କରିବେ। ଏଠାରେ ଡାକ୍ତରଖାନାଗୁଡ଼ିକରେ ସୁସ୍ଥ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ଦେଇଛି। ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାର ବଢିବାରେ ଲାଗିଛି । ତେବେ ଦିଲ୍ଲୀ ସରକାର କରୋନା ଆକ୍ରାନ୍ତଙ୍କ ଉପଚାର ପାଇଁ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହି ବ୍ୟାଙ୍କ ଦିଲ୍ଲୀ ସରକାର ସଞ୍ଚାଳିତ କରିବେ । ଏହି ବ୍ୟାଙ୍କ ଆଇବିଏସ୍‌ ରେ ସ୍ଥାପିତ କରାଯିବ । ଡାକ୍ତରଖାନାରେ ହସ୍ପିଟାଲ୍‌ ଓ ଡାକ୍ତରମାନେ ରୋଗୀଙ୍କ ଅବସ୍ଥା ଦେଖି ପ୍ଲାଜମା ଦିଆଯିବ, ଏବଂ ଏଥିପାଇଁ ଏଠାରେ ସଂପର୍କ କରାଯିବାକୁ କୁହାଯାଇଛି । ଏକ ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି । ମନ୍ତ୍ରୀଙ୍କ ଅନୁଯାୟୀ ଦିଲ୍ଲାରେ ଏବେ କରୋନା ସ୍ଥିତି ସ୍ଥିର ରହିଛି । ସାଧାରଣଲୋକମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ମଧ୍ୟ ସିସୋଦିଆ ଅନୁରୋଧ କରିଛନ୍ତି ।

ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ଆଇଏଲବିଏସ୍) ରେ ଏହି ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ରୋଗୀଙ୍କୁ ଡାକ୍ତର ଏବଂ ଡାକ୍ତରଖାନା ପରାମର୍ଶ କ୍ରମେ ପ୍ଲାଜ୍‌ମା ଯୋଗାଇ ଦିଆଯିବ। ପ୍ଲାଜାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଯୋଗାଯୋଗ କରିବାକୁ କହିଛନ୍ତି ଦିଲ୍ଲୀ ସରକାର |

କେଉଁମାନେ ପ୍ଲାଜ୍‌ମା ଦେଇପାରିବେ…

ନିକଟରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକମାନେ ପ୍ଲାଜ୍‌ମା ଦାନ କରିପାରିବେ | ବାସ୍ତବରେ, ଯେଉଁମାନେ କରୋନାରୁ ଆରୋଗ୍ୟ ହୋଇଥିଲେ ସେମାନେ ଭିତରେ ଏକ ଆଣ୍ଟିବଡି ବିକଶିତ ହୋଇଥାଏ । ଯାହା କରୋନା ଜୀବାଣୁ ସହିତ ଲଢିବାକୁ ସକ୍ଷମ ଅଟେ । ରକ୍ତରୁ ଏହି ଆଣ୍ଟିବଡି ବାହାର କରି ରୋଗୀମାନେ ଚିକିତ୍ସିତ ହୁଅନ୍ତି । କରୋନା ରୋଗୀଙ୍କୁ ଏହାଦ୍ୱାରା କିଛି ପରିମାଣରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି  । କୋଭିଡ -୧୯ରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ପ୍ଲାଜମା ଦାନ ସହ ଜଡିତ ସୂଚନା ପାଇଁ  ଏକ ହେଲ୍ପଲାଇନ ମଧ୍ୟ ସ୍ଥାପନ କରିଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯେଉଁମାନେ ପ୍ଲାଜମା ଦାନ କରିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଛନ୍ତି ।  

   Related Posts