Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ସାମ୍ନାକୁ ଆସିଲା ଜୈସ ଶିବିରର ଫଟୋ

26/02/2019 at 3:30 PM

ଦିଲ୍ଲୀ ୨୬/୨ : ପୁଲୱାମା ହମଲାର ପ୍ରତିଶୋଧ ନେଇଛି ଭାରତ | ଆଜି ଭୋର ସାଢେ ୩ଟା ବେଳେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନର ଆତଙ୍କୀ ସଂଗଠନ ଜୈସର ଶିବିର ଧ୍ବଂସ କରିଥିଲେ | ଏଥିରେ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି |

ଆତଙ୍କବାଦୀଙ୍କ ଶିବିର ଉପରେ ବାୟୁସେନା ହଜାର କିଲୋର ବୋମାମାଡ କରିଥିଲା | ଯେଉଁଠାରେ ଭାରତୀୟ ବାୟୁସେନା ବୋମାମାଡ କରିଥିଲା ସେଠାକାର କିଛି ଫଟୋ ସାମ୍ନାକୁ ଆସିଛି | ଏହି ଜାଗା ଜୈସର ଟ୍ରେନିଂ କ୍ୟାମ୍ପ ବୋଲି ଜଣାପଡିଛି |


ଘଂଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ | ସେହି ରାସ୍ତାରେ କେତେକ ଦେଶର ଜାତୀୟ ପତାକା ମଧ୍ୟ ଦେଖିବାକୁ ମିଳିଛି | ଜୈସ ଆତଙ୍କବାଦୀ ସେଠାରେ ଥାଇ ଅନେକ ଦେଶରେ ଆତଙ୍କୀ ଗତିବିଧି ଉପରେ ନଜର ରଖିବା ସହ ଆତଙ୍କୀ ହମଲାର ପ୍ଲାନିଂ ମଧ୍ୟ କରିଥାଏ |


ସୂଚନାଯୋଗ୍ୟ ଯେ, ଯେଉଁ ସମୟରେ ଭାରତ ଆତଙ୍କବାଦୀଙ୍କ କ୍ୟାମ୍ପରେ ହମଲା କରିଥିଲା ସେତେବେଳେ ମୌଲାନା ଅମର ଏବଂ ଆତଙ୍କୀ ମସୁଦ ଅଜହରର ଭାଇ ମୌଲାନା ତାହଲ୍ଲା ସୈଫ କ୍ୟାମ୍ପରେ ଉପସ୍ଥିତ ଥିଲେ | ଗୁଇନ୍ଦା ବିଭାଗ ଦ୍ୱାରା ଜାରି କରାଯାଇଥିବା ଡ଼ୋଜିୟରରେ ମୌଲାନା ମସୁଦ ଅଜହରର ଗାଡି ଯିବା ଆସିବା କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି |

ମସୁଦ ଅଜହର ଏବଂ ଅବଦୁଲ ରଉଫ ଜୈସ ଆତଙ୍କୀ କ୍ୟାମ୍ପରେ ଆତଙ୍କବାଦୀଙ୍କୁ ହମଲା ସମ୍ପର୍କୀୟ ଶିକ୍ଷା ଦେଇଥାନ୍ତି | କୂନହାର ନଦୀ କୂଳରେ ଅଛି ଏହି କ୍ୟାମ୍ପ | ଏଠାରେ ଆତଙ୍କବାଦୀଙ୍କୁ ସମୁଦ୍ର ରାସ୍ତା ଦେଇ କିଭଳି ଆତଙ୍କୀ ହମଲା କରାଯିବ ସେନେଇ ଟ୍ରେନିଂ ଦିଆଯାଇଥାଏ | ଏହି ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନାର ପୂର୍ବତନ ଅଫିସର ଟ୍ରେନିଂ ଦେଇଥାନ୍ତି |


ଏହି କ୍ୟାମ୍ପ ଭିତରର ଫଟୋ ମଧ୍ୟ ସାମ୍ନାକୁ ଆସିଛି | ଏହି କ୍ୟାମ୍ପରେ ଜୈସ-ଏ-ମହମ୍ମଦ ସଂଗଠନର ଅନେକ ପତାକା ଦେଖିବାକୁ ମିଳିଛି | ୨୦୧୮ ମସିହା ଏପ୍ରିଲ ୧ ତାରିଖରେ ମସୁଦ ଅଜହର ଏବଂ ମୁଫତି ଅବଦୁଲ ରୋୖଫ ଅସଗର ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିବା ଦେଖିବାକୁ ମିଳିଛି |

   Related Posts