Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଦେଶର ୧୨ ହସ୍ପିଟାଲରେ ୩୭୫ ଲୋକଙ୍କ ଉପରେ କରୋନା ଭାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ, ଭୁବନେଶ୍ଵର ସାମିଲ

18/07/2020 at 5:09 PM

ନୂଆଦିଲ୍ଲୀ ୧୮।୦୯: ଦେଶରେ ନିର୍ମିତ କୋଭିଡ୍-୧୯ ଟୀକା କୋଭାକସିନର ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଟୀକା ତିଆରି କରୁଥିବା କମ୍ପାନୀ ଭାରତ ବାୟୋଟିକ କହିଛି, ମୋଟ୍ ୩୭୫ ଲୋକଙ୍କଠାରେ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଦେଶର ବିଭିନ୍ନ ଭାଗରେ ମୋଟ୍ ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯାଉଛି।

ଭାରତ ବାୟୋଟେକ କହିଛି ଜୁଲାଇ ୧୫ରୁ ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଏହା ରେଣ୍ଡମାଇଜ୍ ବ୍ଲାଇଣ୍ଡ କ୍ଲିନିକଲ ଟ୍ରାଏଲ ଅଟେ। ଏହି ପ୍ରକାରର ପରୀକ୍ଷଣରେ ଯେଉଁ ଲୋକଙ୍କଠାରେ ଟ୍ରାଏଲ କରାଯାଏ, ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଟୀକା ଦିଆଯାଏ ଏବଂ ଅନ୍ୟ କିଛିକୁ ଦିଆଯାଏ ନାହିଁ। ମାତ୍ର କାହାକୁ ଟୀକା ଦିଆଯିବ ଏବଂ କାହାକୁ ଦିଆଯିବ ନାହିଁ ଏହା ନା ଲୋକଙ୍କୁ ଜଣା ଥାଏ ନା ଗବେଷକଙ୍କୁ ଜଣାଥାଏ। ଯେବେ ପରୀକ୍ଷଣ ଅବଧି ପୂରା ହୁଏ, ଏହା ପରେ ଜଣା ପଡେ କାହାକୁ ଟୀକା ଦିଆଯାଇଛି ଏବଂ କାହାକୁ ସାମାନ୍ୟ ଔଷଧ ଦିଆଯାଇଛି।

ଯେଉଁ ହସ୍ପିଟାଲରେ ଏହି ଟୀକାର ପରୀକ୍ଷଣ ଆରମ୍ଭ ହୋଇ ଯାଇଛି, ସେଥିରେ ଏମ୍ସ ଦିଲ୍ଲୀ, ଏମ୍ସ ପାଟନା, କିଙ୍ଗ ଜର୍ଜ ହସ୍ପିଟାଲ ବିଶାଖାପାଟଣା, ବିଡି ଶର୍ମା ହସ୍ପିଟାଲ ରୋହତକ, ଜୀବନ ରେଖା ହସ୍ପିଟାଲ ବେଲଗାମ, ଗିଲ୍ଲୁରକମ ହସ୍ପିଟାଲ ନାଗପୁର, ରାଣା ହସ୍ପିଟାଲ ଗୋରଖପୁର, ଏସଆରଏମ ହସ୍ପିଟାଲ ଚେନ୍ନାଇ, ନିଜାମ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇସେନ୍ସ ହାଇଦ୍ରାବାଦ, କଳିଙ୍ଗ ହସ୍ପିଟାଲ ଭୁବନେଶ୍ଵର, ପ୍ରଖର ହସ୍ପିଟାଲ କାନପୁର ଓ ଗୋଆର ଏକ ହସ୍ପିଟାଲ ସାମିଲ।

ଉଲ୍ଲେଖନୀୟ ପ୍ରଥମ ପର୍ଯ୍ୟାୟରେ ଟ୍ରାଏଲରେ କେବଳ ଏହା ଦେଖାଯିବ ଯେ, ଯେଉଁ ଲୋକଙ୍କୁ ଔଷଧ ବା ଟୀକା ଦିଆଯାଉଛି, ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁନାହିଁ ତ। ଏହି ଟୀକା କରୋନା ଉପଶମ ପାଇଁ ଲାଭଦାୟକ କି ନୁହେଁ ଏହା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଜଣା ପଡିବ ନାହିଁ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହାର ଆକଳନ କରାଯାଇ ପାରିବ।

   Related Posts