ବିହାର ଲଢେଇ: ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଭୋଟରଙ୍କ ମନରେ ନଥିଲା କରୋନା ଭୟ, କଲେ ବମ୍ପର ଭୋଟିଂ

Published By : Prameya-News7 Bureau | October 28, 2020 IST

ପାଟନା ୨୮।୧୦: କରୋନା କାଳରେ ହେଉଥିବା ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି। ବୁଧବାର ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ୧୬ ଜିଲ୍ଲାର ୭୧ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଛି। ଏଥିସହ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମସରେ ସିଲ୍ ହୋଇ ଯାଇଛି। ସବୁଠୁ ବଡ କଥା

କରୋନା କାରଣରୁ ମତଦାନ ସମୟରେ ବହୁ ସତର୍କତା ଅବଲମ୍ବନ କରାଯାଇଥିଲା। ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇଥିଲା। ବିନା ମାସ୍କରେ ଭୋଟ୍ ଦେବାକୁ ଆସିଥିବା ଭୋଟରଙ୍କୁ ମତଦାନ ଦେବାକୁ ଅନୁମତି ଦିଆଯାଇନଥିଲା। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାଁ ଭାଁ ଘଟଣାକୁ ବାଦ୍ ଦେଲେ ମତଦାନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା।

{"id":352361,"sizeSlug":"large"}

ଭୋଟରଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ

ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବା ପାଇଁ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ମତଦାନ କେନ୍ଦ୍ରରେ ସବୁ ବୟସର ମତଦାତାଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସବୁଠୁ ଅଧିକ ଉତ୍ସାହ ପ୍ରଥମ ଥର ଭୋଟ୍ ଦେଉଥିବା ମତଦାତାଙ୍କ ମଧ୍ୟରେ ରହିଥିଲା। ସେମାନେ ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁନଥିଲେ ଏବଂ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କରୋନା ମହାମାରୀ ସମୟରେ ଆଶାଠୁ ଢେର ଅଧିକ ସଂଖ୍ୟାରେ ଲୋକ ଘରୁ ବାହାରି ନିଜର ମନ ପସନ୍ଦର ପ୍ରତିନିଧିଙ୍କୁ ଇଭିଏମ୍ ବଟନ ଚାପି ଭୋଟ୍ ଦେଇଛନ୍ତି।

ଶାନ୍ତିପୂର୍ଣ୍ଣ ମତଦାନ

{"id":352362,"sizeSlug":"large"}

ବୁଧବାର ସକାଳେ ମତଦାନ ଆରମ୍ଭ ହେବା ସମୟରେ କିଛି କେନ୍ଦ୍ରରେ ଇଭିଏମ ତ୍ରୁଟିର ଅଭିଯୋଗ ମିଳିଥିଲା। ମାତ୍ର ନିର୍ବାଚନ ଆୟୋଗର କର୍ମଚାରୀ ଏହାକୁ ଶୀଘ୍ର ଠିକ୍ କରି ଦେଇଥିଲେ। ଅନ୍ୟ କିଛି ସ୍ଥାନରେ ଭୋଟର ଦାବି ପୂରଣ ହୋଇନଥିବା ଅଭିଯୋଗ କରି ଭୋଟ୍ ବର୍ଜନ କରିଥିଲେ। ମୋଟ୍ ଉପରେ ସମସ୍ତ ୭୧ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସଂପନ୍ନ ହୋଇଛି। କରୋନା କାଳରେ ହେଉଥିବା ଏହି ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ବ୍ୟବସ୍ଥାରେ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ମତଦାନ ସମୟରେ କରୋନା ଗାଇଡ୍‌ଲାଇନ୍‌ର ମଧ୍ୟ ଅନୁପାଳନ କରିବା ସହିତ କର୍ମଚାରୀଙ୍କୁ ମଧ୍ୟ ଭୋଟ୍ ବେଳେ ସହଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.